ବାଲେଶ୍ଵର: ଜିଲ୍ଲାର ନୀଳଗିରି ଅଞ୍ଚଳରୁ ଏକ ଅଶ୍ଳୀଳ ଭିଡିଓ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ଉକ୍ତ ଅଶ୍ଳୀଳ ଭିଡିଓଟି ଜଣେ ସରକାରୀ ବାବୁଙ୍କର। ହେଲେ ଏହା ଭିତରେ କେତେ ସତ୍ୟାସତ୍ୟ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ଭାଇରାଲ ହୋଇଥିବା ଭିଡିଓରେ ଜଣେ ସରକାରୀ ବାବୁ ନିଜର ତଳିଆ କର୍ମଚାରୀଙ୍କ ସହ ଯୌନ କାର୍ଯ୍ୟରେ ଲିପ୍ତ ଥିବା ଦେଖିବାକୁ ମିଳୁଛି । ତେବେ ସରକାରୀ କର୍ମଚାରୀ ମହିଳାଙ୍କ ସହ ଜବରଦସ୍ତ ଏପରି କରୁଛନ୍ତି, ନା ମହିଳା ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି ତାହା ଭିଡିଓରୁ ସ୍ପଷ୍ଟ ହୋଇ ପାରିନାହିଁ । ହୋଇଥାଏ ପାରେ ମହିଳା ଜଣଙ୍କୁ ବାଧ୍ୟ ହୋଇ ଏସବୁ ସହିବାକୁ ପଡିଥାଇପାରେ ।
ଭିଡିଓରେ ନୀଳଗିରି କୁଲଡିହା ରେଞ୍ଜର ଜଣେ ବନ କର୍ମଚାରୀଙ୍କୁ ଏମିତି ନିର୍ଯାତନା ଦେଉଥିବା ଆଲୋଚନା ହେଉଛି। ମାତ୍ର ଭାଇରାଲ ହୋଇଥିବା ଏହି ଭିଡ଼ିଓରେ କେଉଁମାନେ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରୀ କାର୍ଯ୍ୟଳୟରେ କର୍ମଚାରୀ କାମ କରିବା ପାଇଁ ଆସୁଛନ୍ତି ନା ଏଭଳି ଅଶ୍ଳୀଳ କାର୍ଯ୍ୟ ପାଇଁ । ସରକାର ଗୋଟିଏ ପଟେ 5Tକୁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗୁ କରିଥିବା ବେଳେ ଏପରି ଦୃଶ୍ୟ 5T ଉପରେ ମଧ୍ୟ ଉଠାଇଛି ପ୍ରଶ୍ନ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ