ETV Bharat / state

ପରୀକ୍ଷାକେନ୍ଦ୍ରରୁ ଉତ୍ତର ଖାତା ଧରି ଛୁ ମାରିଥିଲେ ଶିକ୍ଷାର୍ଥୀ, ମୂଲ୍ୟାୟନ କେନ୍ଦ୍ରରେ ପଡିଲା ଧରା - ଉତ୍ତର ଖାତାକୁ ନେଇ ଘରକୁ ପଳେଇଲେ ଛାତ୍ରୀ

ମାଟ୍ରିକ୍ ପରୀକ୍ଷା ଦେଇ ଉତ୍ତର ଖାତାକୁ ନେଇ ଘରକୁ ପଳେଇଲେ ଛାତ୍ରୀ । ୨୨ ଦିନ ପରେ ମୂଲ୍ୟାୟନ କେନ୍ଦ୍ରରେ ଧରାପଡିଲା ସତ । ଅଧିକ ପଢନ୍ତୁ

Student Takes Matric Answer Sheet Home
Student Takes Matric Answer Sheet Home
author img

By

Published : Apr 20, 2023, 1:51 PM IST

ବାଲେଶ୍ବର: ମାଟ୍ରିକ ପରୀକ୍ଷା ପରିଚାଳନାରେ ବିରାଟ ତ୍ରୁଟି । ପରୀକ୍ଷା ଖାତା ଧରି ଘରକୁ ଚାଲିଗଲେ ଛାତ୍ରୀ । ଜାଣିପାରିଲାନି ଶିକ୍ଷକ କିମ୍ବା କର୍ତ୍ତୃପକ୍ଷ । ମୂଲ୍ୟାୟନ ବେଳେ ଜଣାପଡିବାରୁ ଆରମ୍ଭ ହୋଇଥିଲା ତନାଘନା । ଉକ୍ତ ପରୀକ୍ଷାର୍ଥୀଙ୍କୁ ଖୋଜାଖୋଜି କରି ଘରେ ପହଞ୍ଚିଲେ ଶିକ୍ଷକ । ତାଙ୍କ ପାଖରୁ ପରୀକ୍ଷା ଖାତା ଅଣାଯାଇ ମୂଲ୍ୟାୟନ କରାଯାଇଥିବା ଜଣାପଡିଛି । ଏଭଳି ଏକ ଖବର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ି ଦାମୋଦର ହାଇସ୍କୁଲରୁ । ଏହି ଘଟଣା ପ୍ରଘଟ ହେବା ପରେ ଶିକ୍ଷା ବିଭାଗର ଦାୟିତ୍ୱହୀନତା ପଦାରେ ପଡିଛି ।

ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜାମୁଝାଡ଼ି ଦାମୋଦର ହାଇସ୍କୁଲର ପରିଚାଳନା କମିଟିର ସଭାପତି ସୁରେଶ ଚନ୍ଦ୍ର ସାହୁଙ୍କ ଅଭିଯୋଗ ଅନୁଯାୟୀ, ଚଳିତ ବର୍ଷ ବୋର୍ଡ ପରୀକ୍ଷା ଦାମୋଦର ହାଇସ୍କୁଲରେ ଦୁଇଟି ବିଦ୍ୟାଳୟର ପରୀକ୍ଷାର୍ଥୀକୁ ନେଇ ପରୀକ୍ଷା ପରିଚାଳନା ହୋଇଥିଲା । ମାର୍ଚ୍ଚ ମାସ ୨୦ ତାରିଖରେ ହୋଇଥିବା ଗଣିତ ପରୀକ୍ଷା ଦିନ ଉପେନ୍ଦ୍ରନାଥ ସରକାରୀ ବିଦ୍ୟାଳୟରେ ଜୈନିକା ପରୀକ୍ଷାର୍ଥୀ ଗଣିତ ଉତ୍ତର ଖାତା ନ ଦେଇ ଘରକୁ ନେଇ ଯାଇଥିଲେ । କିନ୍ତୁ କାହା ପାଖରେ ଖବର ନଥିଲା କି କେହି ଜାଣିପାରି ନଥିଲେ । ଖାତା ନେଇ ଯିବାର ୨୨ଦିନ ପରେ ମୂଲ୍ୟାୟନ ସମୟରେ ଖୋଜା ପଡିଥିଲା ଉତ୍ତର ଖାତା । ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର କଟକସ୍ଥିତ ସାଲେପୁରରୁ ଖବର ପାଇବା ପରେ ଦାମୋଦର ହାଇସ୍କୁଲର ପ୍ରଧାନଶିକ୍ଷକ ବିରେନ୍ଦ୍ର କୁମାର ଦତ୍ତ ସଂପୃକ୍ତ ପରୀକ୍ଷାର୍ଥୀଙ୍କ ଘରକୁ ଯାଇ ଉତ୍ତର ଖାତା ସଂଗ୍ରହ କରି ନିଜେ ସାଲେପୁର କେନ୍ଦ୍ରକୁ ପଠାଇଥିବା ଖବର ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ: Summer vacation: କାଲିଠୁ ଖରା ଛୁଟି, ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା

ମାଟ୍ରିକ ବୋର୍ଡ ପରୀକ୍ଷା ଏକ ଗୁରୁତ୍ଵ ପରୀକ୍ଷାକୁ ସୁପରଡେଣ୍ଟ ଭାବେ ବୀରେନ୍ଦ୍ର କୁମାର ଦତ୍ତ ଦାୟିତ୍ବରେ ଥିବା ବେଳେ ତାଙ୍କର ଖାମଖିଆଲ ଓ ଦାୟିତ୍ବହୀନତା ଯୋଗୁଁ ଏପରି ଅଭାବନୀୟ ଘଟିଥିବା କୁହାଯାଉଛି । ଏହି ପରୀକ୍ଷାକୁ ନିରୀକ୍ଷକ, ଡେପୁଟି ସୁପରଡେଣ୍ଟ ଓ ସୁପରଡେଣ୍ଟ ଭଳି ତିନି ତିନି ଜଣ ଗୁରୁ ଦାୟିତ୍ଵରେ ଥିବାବେଳେ କିପରି ପରୀକ୍ଷାର୍ଥୀ ଜଣକ ଉତ୍ତରଖାତା ଘରକୁ ନେଇଗଲେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ । ସରକାରୀ ଅଧିକାରୀ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରି ବ୍ଲକ ଶିକ୍ଷାଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଶିକ୍ଷା ବୋର୍ଡକୁ ଅଭିଯୋଗ କରିଥିବା ଜଣାଯାଇଛି । ଦେଖିବାକୁ ବାକି ରହିଲା ଏହି ଘଟଣାକୁ ନେଇ ବୋର୍ଡ ଅଧିକାରୀ କେଉଁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.