ETV Bharat / state

ଅଲୋଡା କନ୍ୟାରତ୍ନ, ବୁଦା ମୂଳରୁ ଶିଶୁ କନ୍ୟା ମୃତଦେହ ଉଦ୍ଧାର - ବାଲେଶ୍ୱର

ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ ବୁଦା ମୁଳରୁ ଶିଶୁ କନ୍ୟା ଉଦ୍ଧାର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Jul 20, 2019, 11:22 PM IST

ବାଲେଶ୍ୱର: ଜିଲ୍ଲାର ସିମୁଳିଆ ଥାନା ଅଞ୍ଚଳରୁ ଏକ ଶିଶୁ କନ୍ୟାର ମୃତଦେହ ଉଦ୍ଧାର ହୋଇଛି । ଶିଶୁଟିର ବୟସ ଏକ ବର୍ଷ ହୋଇଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସୂଚନାନୁସାରେ, ମୁରୁଣା ପଞ୍ଚାୟତ ମଞ୍ଜରୀପୁର ଅଞ୍ଚଳରେ ଥିବା କେନାଲ ବନ୍ଧ କୂଳରେ ଶିଶୁ କନ୍ୟାଟି ଭାସୁଥିବା ଜଣେ ମାଛ ଧରାଳି ଦେଖିବାକୁ ପାଇଥିଲେ । ଶିଶୁଟି ମୃତ ଥିବା ଜାଣି ମାଛ ଧରାଳି ତାକୁ ଏକ ବୁଦା ମୂଳରେ ପକାଇ ଦେଇଥିଲେ । ପରେ ଗ୍ରାମବାସୀ ବୁଦା ମୂଳରେ ପଡିଥିବା ଶିଶୁ କନ୍ୟାକୁ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।

ବର୍ତ୍ତମାନ ଯାଏଁ ଶିଶୁ କନ୍ୟାଟି କାହାର ବୋଲି ଜଣାପଡି ନଥିବାବେଳେ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରୁ ଏକ ଶିଶୁକନ୍ୟାର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି।

Body:ସୂଚନା ଅନୁସାରେ, ମୁରୁଣା ପଞ୍ଚାୟତ ମଞ୍ଜରୀପୁର ଅଞ୍ଚଳରେ ଥିବା କେନାଲ ବନ୍ଧ କୂଳରେ ଶିଶୁ କନ୍ୟାଟି ଭାସୁଥିବା ଜଣେ ମାଛ ଧରାଳି ଦେଖିବାକୁ ପାଇଥିଲେ। ଶିଶୁଟି ମୃତ ଥିବା ଜାଣି ମାଛ ଧରାଳି ତାକୁ ଏକ ବୁଦା ମୂଳରେ ପକାଇ ଦେଇଥିଲେ ବୋଲି ଲୋକମାନେ କୁହନ୍ତି। ପରେ ଗ୍ରାମବାସୀ ବୁଦା ମୂଳରେ ପଡିଥିବା ଶିଶୁକନ୍ୟାକୁ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଶିଶୁ କନ୍ୟାଟି ମୃତ ବୋଲି ଡାକ୍ତର ଘୋଷଣା କରିଥିଲେ। ଶିଶୁ କନ୍ୟାର ବୟସ 1 ବର୍ଷ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଯାଏ ଶିଶୁ କନ୍ୟାଟି କାହାର ବୋଲି ଜଣାପଡି ନଥିବା ବେଳେ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.