ETV Bharat / state

ନିଶା ନାଁରେ ବିଷ ! ବେପାରୀଙ୍କୁ ମୁନାଫା, ବାଲେଶ୍ବର ବଢୁଛି ଜିଞ୍ଜର କାରବାର - ବାଲେଶ୍ବର ଖବର

ବାଲେଶ୍ବରରେ ଦିନକୁ ଦିନ ବୃଦ୍ଧି ହେଉଛି ଜିଞ୍ଜର କାରବାର । ଝାଡଖଣ୍ଡରୁ ଆଣି ବାଲେଶ୍ଵରର ଉପାନ୍ତ ଅଞ୍ଚଳରେ ବେପାରୀ ମାନେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଅଧିକ ପଢନ୍ତୁ

ginger liquor
ginger liquor
author img

By

Published : Dec 18, 2022, 12:44 PM IST

Updated : Dec 18, 2022, 2:25 PM IST

ବାଲେଶ୍ବରରେ ବୃଦ୍ଧି ହେଉଛି ଜିଞ୍ଜର କାରବାର

ବାଲେଶ୍ବର: ରାଜ୍ୟରେ ବ୍ୟାନ ହୋଇଛି ଜିଞ୍ଜର ମଦ । କିନ୍ତୁ ଆଜିବି ଅନେକ ସ୍ଥାନରେ ଜିଞ୍ଜର ମଦ ବିକ୍ରି କରାଯାଉଥିବା ନେଇ ଖବର ଆସୁଛି । ବିଶେଷ କରି ବାଲେଶ୍ବର ଜିଲ୍ଲାରୁ ଅଧିକାଂଶ ସମୟରେ ଅବକାରୀ ବିଭାଗ ଜିଞ୍ଜର ଜବତ କରୁଛି । ଝାଡଖଣ୍ଡରୁ ଆଣି ବାଲେଶ୍ଵରର ଉପାନ୍ତ ଅଞ୍ଚଳରେ ବେପାରୀ ମାନେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଜିଲ୍ଲାର ସୋର, କୁପାରି, ସିମୁଳିଆ ଆଦି ଅଞ୍ଚଳରେ ଏହାର କାରବାର ଜୋର ସୋର ଚାଲିଥିବା ଖବର ଅନେକ ଥର ସାମ୍ନାକୁ ଆସିଛି । ଚଳିତ ବର୍ଷ ଜିଞ୍ଜର କାରବାର ନେଇ ଜିଲ୍ଲାରେ 14 ଜଣଙ୍କୁ ଗିରଫ କରାଯାଇଛି ।

ଏହି ମଦ ବା ନିଶା ଦ୍ରବ୍ୟରେ ମାତ୍ରାଧିକ ଆଲକୋହଲ ଥିବା କାରଣରୁ ଏହା ଲିଭର ଓ କିଡନୀ ନଷ୍ଟ କରିବାର ପ୍ରମୁଖ କାରଣ ପାଲଟୁଛି । ମାତ୍ର ଏହାକୁ ବେପାରୀ ମାନେ ଅଧିକ ମୁନାଫା ଆଶାରେ ବାହାର ରାଜ୍ୟରୁ ଆଣି ବାଲେଶ୍ଵରରେ ବିକ୍ରି କରୁଛନ୍ତି । 149 ଟଙ୍କାରେ କିଣି ବେପାରୀ ମାନେ ଏହାକୁ ବୋତଲ ପିଛା 300 ରୁ 350 ଟଙ୍କା ଲେଖାଏଁ ବିକ୍ରି କରୁଛନ୍ତି । ଏହାର ତୁଳନାରେ ବିଦେଶୀ ମଦର ମୂଲ୍ୟ ଅଧିକ ହୋଇଥିବା ବେଳେ ଗାଁ ଗହଳିରେ ଏହାକୁ ବେଶୀ ମାତ୍ରାରେ ବିକ୍ରି କରାଯାଉଛି ।

ପରିମାଣ ତୁଳନାରେ ଟଙ୍କା ପକେଟକୁ ସୁହାଉଥିବା ବେଳେ ଲୋକମାନେ ନିଶା ନାଁରେ ବିଷ ପିଉଥିବା ଅବକାରୀ ବିଭାଗର ଇନ୍ସପେକ୍ଟର ଗାଲୁରାମ ସରେନ କହିଛନ୍ତି । ବେପାରୀ ଅଧିକ ମୁନାଫା ପାଇଁ ଏହାକୁ ବାହାର ରାଜ୍ୟରୁ ଆଣୁଥିବା ବେଳେ କମ ଟଙ୍କାରେ ବିକ୍ରି କରୁଛନ୍ତି । କମ ଟଙ୍କା ଦେଇ ଅଧିକ ପରିମାଣରେ ଏହି ନିଶା ଦ୍ରବ୍ୟ ମିଳୁଥିବାରୁ ସାଧାରଣ ଲୋକଟିଏ ଏହି ନିଶାର ବଶବର୍ତ୍ତୀ ହୋଇଯାଉଛି । ଏହାକୁ ରୋକିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନେବାପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଥିବା ବେଳେ ଏହାର କାରବାର ରୋକିବା ପାଇଁ ଅବକାରୀ ବିଭାଗ ଅଧିକାଂଶ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-12 କୋଟି ସରକାରୀ ସବସିଡି ଜାଲିଆତି, ତିନି ଜଣଙ୍କୁ ବାନ୍ଧିଲା EOW

ଯଦି 2022 ଜାନୁଆରୀ ମାସ ଠାରୁ ଦେଖାଯାଏ ତେବେ କେବଳ ଏହି ନିଶାଦ୍ରବ୍ୟ କାରବାରରେ ସମ୍ପୃକ୍ତ 14 ଜଣଙ୍କୁ ଗିରଫ କରାଯାଇଛି। ସମୁଦାୟ 12ଟି କେସ ହୋଇଥିବା ବେଳେ 786 ଲିଟର ଜିଞ୍ଜର ଜବତ କରାଯାଇଛି । ଗତ ଫେବୃଆରୀ ମାସରେ 67 ଲିଟର ଜବତ କରାଯାଇଥିବା ବେଳେ ଦୁଇଜଣଙ୍କୁ ଗିରଫ କରାଯାଇଥିଲା । ମାର୍ଚ୍ଚ ମାସରେ 135 ଲିଟର ଓ ଜଣେ ଗିରଫ, ଜୁଲାଇ ମାସରେ 12 ଲିଟର ଜଣେ ଗିରଫ, ଅଗଷ୍ଟ ମାସରେ 873 ଲିଟର ଓ 3 ଜଣଙ୍କୁ ଗିରଫ କରାଯାଇଥିଲା । ସେହିପରି ସେପ୍ଟେମ୍ବର ମାସରେ 27 ଲିଟର ଜଣେ ଗିରଫ, ଅକ୍ଟୋବର ମାସରେ 225 ଲିଟର ଦୁଇଜଣ ଗିରଫ, ନଭେମ୍ବର ମାସରେ 90 ଲିଟର ଓ ଦୁଇଜଣ ଗିରଫ, ଏବଂ ଡିସେମ୍ବର ମାସର ୱେବ ସୁଦ୍ଧା 148 ଲିଟର ଜବତ ଓ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏହାସହ ବାଇକ ଓ ଚାଲାଣ ହେଉଥିବା ଭ୍ୟାନ ମଧ୍ୟ ଜବତ ହୋଇଛି । ତେବେ ଏହି ବେପାର ରୋକିବା ପାଇଁ ହେଲେ ସାଧାରଣରେ ଯେତିକି ସଚେତନତା ଆବଶ୍ୟକ ସେତିକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆବଶ୍ୟକ ହୋଇ ପଡିଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Dec 18, 2022, 2:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.