ETV Bharat / state

ଗାନ୍ଧୀଙ୍କୁ ମନେ ପକାଇଲେ ଓଡିଶାବାସୀ: ମଦ ବିରୋଧୀ-ପ୍ଲାଷ୍ଟିକ ବର୍ଜନ ନେଇ ଆହ୍ବାନ - ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀ ଜୟନ୍ତୀ

ଆଜି ସାରା ଦେଶ ପାଳନ କରୁଛି 150ତମ ଗାନ୍ଧୀ ଜୟନ୍ତୀ । ଓଡ଼ିଶାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗାନ୍ଧୀଙ୍କୁ ମନେ ପକାଇ ଶୋଭାଯାତ୍ରା କରାଯାଇଛି । ତେବେ ନଜର ପକାନ୍ତୁ କେଉଁଠି କିପରି ପାଳନ ହେଉଛି ଗାନ୍ଧୀ ଜୟନ୍ତୀ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Oct 2, 2019, 3:07 PM IST

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ 150ତମ ଗାନ୍ଧିଜୟନ୍ତୀ ପାଳନ କରାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗାନ୍ଧୀ ପ୍ରେମୀଙ୍କ ପକ୍ଷରୁ ଶୋଭାଯାତ୍ରା କରି ମଦ ବିରୋଧୀ ଓ ପ୍ଲାଷ୍ଟିକ ବର୍ଜନ ଉପରେ ସଚେତନତା କରାଯାଉଛି । ତେବେ ବ୍ରହ୍ମଗିରିର ବସଷ୍ଟାଣ୍ଡ ଛକରୁ ବାହାରି ଫିଲିମ ହଲ ଛକ ଯାଏଁ ଶୋଭାଯାତ୍ରା କରାଯାଇଥିଲା ।

ସେପଟେ, ବାଲେଶ୍ବରରେ ମଧ୍ୟ ଶୋଭାଯାତ୍ରା କରିବା ସହ ଗାନ୍ଧୀଙ୍କ ବାର୍ତ୍ତା ବଣ୍ଟନ କରାଯାଇଛି । ବାଲେଶ୍ବରରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି । ସିନେମା ଛକ ଶହୀଦ ପାର୍କରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଓ ବିଜେଡି ଜିଲ୍ଲା ସଭାପତି ରବିନ୍ଦ୍ର ଜେନା ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏଥିସହ ଉଭୟ ବିଜେପି ଓ ବିଜେଡି ପକ୍ଷରୁ ପଦଯାତ୍ରାରେ ବାହାରିଥିଲେ । ସେହିପରି ଗାନ୍ଧିସ୍ମୃତି ଭବନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ନିବେଦିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ସେହିପରି ରାଉରକେଲା, କେନ୍ଦୁଝର ଓ ମାଲକାନଗିରିରେ ଜିଲ୍ଲାପ୍ରଶାସନ ପକ୍ଷରୁ ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶୋଭାଯାତ୍ରା କରାଯାଇଛି । ଏଥିସହ ରାଉରକେଲାରେ କୃତୀ ଛାତ୍ରଛାତ୍ରୀଙ୍କୁ ଏଡିଏମ ପକ୍ଷରୁ ପୁରସ୍କାର ଦିଆଯାଇଥିଲା । ସେହିପରି କେନ୍ଦୁଝରରେ ମିନି ମାରାଥାନ କରିବା ସହ ସ୍ବଚ୍ଛ ଭାରତ ମିଶନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପ୍ରଶାସନ ପକ୍ଷରୁ ଲୋକପ୍ରତିନିଧିଙ୍କ ଦ୍ବାରା ଗାନ୍ଧୀ ମାର୍ଗକୁ ନାମକରଣ କରାଯାଇ ସ୍ଥାନୀୟ ନଗର ଭବନ ଠାରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା ।

ମାଲକାନଗିରିରେ ଶୋଭାଯାତ୍ରା ସହ ଦେଖିବାକୁ ମିଳିଥିଲା ସଫେଇ ଅଭିଯାନ । ଯୁବ ଗୋଷ୍ଠୀ, ବରିଷ୍ଠ ନାଗରିକଙ୍କ ସମେତ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ସଫା କରିବା ସହ ପ୍ଲାଷ୍ଟିକ ମୁକ୍ତର ସଂକଳ୍ପ ନେଇଥିଲେ । ଏଥିସହ ମାଲକାନଗିରି ସହର ଠାରୁ ଦଣ୍ଡକାରଣ୍ୟ ମୁଖ୍ୟ ରାସ୍ତାକୁ ମହାତ୍ମା ଗାନ୍ଧୀଙ୍କ ନାଁରେ ଜିଲ୍ଲାପାଳ ନାମିତ କରିବା ସହ ଅହିଂସା ଧର୍ମ ପାଳନ କରିବାକୁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଉଦବୋଧନ ଦେଇଥିଲେ ।

ସେହିପରି ଯାଜପୁରର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଛି । ଏହି ଅବସରରେ ବ୍ୟାସନଗର ପୌରାଞ୍ଚଳର ନୂଆ ମାର୍କେଟ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀରେ ମାଲ୍ୟାପର୍ଣ କରିଥିଲେ କୋରାଇ ବିଧାୟକ ଅଶୋକ କୁମାର ବଳ । ବ୍ୟାସନଗର ବାଲ୍‌ ବିକାଶ ପବ୍ଲିକ ସ୍କୁଲ ପକ୍ଷରୁ ଏକ ଫଟୋଚିତ୍ର ପ୍ରଦର୍ଶନୀ ହୋଇଥିଲା । ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଗାନ୍ଧୀଜୟନ୍ତୀ ଉତ୍ସବ ପାଳନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ବ୍ରହ୍ମଗିରିରେ ପାଳନ ହେଲା 150ତମ ଗାନ୍ଧୀ ଜୟନ୍ତୀ।

ଅହିଂସା ର ପୂଜକ,ମାନବିକତାର ଉଦଘୋଷକ,ସ୍ୱଚ୍ଛତା ସେବାର ପ୍ରତୀକ ବିଶ୍ୱନାୟକ ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀକୁ ବ୍ରହ୍ମଗିରିର ବିଭିର୍ଣ ଶିକ୍ଷାନୁଷ୍ଠାନ ଏବଂ ବ୍ରହ୍ମଗିରିର। ଗାନ୍ଧୀ ପ୍ରେମୀ ମାନେ ପାଳନ କରିଛନ୍ତି।

Body:ବ୍ରହ୍ମଗିରି ବସ ଷ୍ଟାଣ୍ଡ ଠାରେ ଶତାଧିକ ଗାନ୍ଧୀ ପ୍ରେମୀ ଏକତ୍ରିତ ହୋଇ ଗାନ୍ଧୀଙ୍କ ପ୍ରତି ମୂର୍ତିରେ ପୁଷ୍ପ ମାଲ୍ୟ ଅର୍ପର୍ଣ କରିବା ସହ ମଦ ବିରୋଧୀ ଓ ପ୍ଲାଷ୍ଟିକ ବର୍ଜନ କରି ପରିବେଶକୁ ରକ୍ଷା କରିବା ଆଦି ସ୍ଲୋଗାନ ଦେଇ ବାସ ଷ୍ଟାଣ୍ଡ ଠାରୁ ଫିଲିମ ହଲ ଛକ ପଯ୍ୟନ୍ତ ଏକ ଶୋଭା ଯାତ୍ରା କରିଥିଲେ।
ଓଁ ଶାନ୍ତି ଧାର୍ମିକ ଅନୁଷ୍ଠାନ ର ସମସ୍ତ ସଦସ୍ୟ ମାନେ ଏକତ୍ରିତ ହୋଇ ଗାନ୍ଧୀ ଜୟନ୍ତୀରେ ବ୍ରହ୍ମଗିରି ବଜାର ସଫେଇ କରିବା ସହ ଗାନ୍ଧୀଙ୍କ ସ୍ୱଚ୍ଛତା ନାରାକୁ ସନମାନ ଜଣାଇବା ସହିତ ଜନସାଧାରଣଙ୍କ ଦିଗଦର୍ଶକ ହୋଇଛନ୍ତି।

Conclusion:visual send by mojo.
ଦେବାଶିଷ ଦାସ,ବ୍ରହ୍ମଗିରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.