ETV Bharat / state

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ନାବାଳକ ସମେତ ୪ ଗିରଫ

author img

By

Published : Sep 21, 2022, 6:05 PM IST

Updated : Sep 21, 2022, 7:07 PM IST

ବାଲେଶ୍ଵରରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ । ଗଣଦୁଷ୍କର୍ମ ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା । ଅଧିକ ପଢ଼ନ୍ତୁ

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ନାବାଳକ ସମେତ ୪ ଗିରଫ
ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଜଣେ ନାବାଳକ ସମେତ ୪ ଗିରଫ

ବାଲେଶ୍ଵର: ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ସ୍ବାମୀ ସମ୍ମୁଖରେ ମହିଳାଙ୍କୁ ଗଣଦୁଷ୍କର୍ମ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲାରେ । ଜିଲ୍ଲାର ସହଦେବଖୁଣ୍ଟା ଥାନା ଅଧିନ ଗୋଧିବସା ଅଞ୍ଚଳର ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗଣଦୁଷ୍କର୍ମ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ।

ମିଳିଥିବା ସୂଚନା ଅନୁସାରେ, ସହରର ଗୋଧିବସା ଅଞ୍ଚଳର ଏକ ଦମ୍ପତି ସୋମବାର ବିଳମ୍ବିତ ରାତିରେ ବାଲେଶ୍ଵର ଷ୍ଟେସନରୁ ନିଜ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିଲେ । ଏହି ସମୟରେ ସ୍ଵାମୀଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ କିଛି ଦୁର୍ବୃତ୍ତ । ଏହାପରେ ଦୁର୍ବୃତ୍ତମାନେ ସ୍ବାମୀ ସମ୍ମୁଖରେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ମହିଳାଙ୍କୁ ଗଣଦୁଷ୍କର୍ମ କରିବା ପରେ ଲୁଟପାଟ କରିଥିଲେ ଦୁର୍ବୃତ୍ତ । ଏନେଇ ଗତକାଲି (ମଙ୍ଗଳବାର) ଉଭୟ ସ୍ଵାମୀ ଓ ସ୍ତ୍ରୀ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...୨ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଅଭିଯୋଗ ପରେ ସହଦେବଖୁଣ୍ଟା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ଏହି ଘଟଣାରେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ମଧ୍ୟ ସୂଚନା ମିଳିଛି । ପୋଲିସ ଅଭିଯୁକ୍ତମାନଙ୍କର ଡାକ୍ତରୀମଇନା କରାଇଛି । ଏହି ଘଟଣାରେ ଅଧିକ ଲୋକ ଜଡ଼ିତ ଅଛନ୍ତି କି ନାହିଁ ସେନେଇ ଅଭିଯୁକ୍ତମାନଙ୍କୁ ପଚରା ଉଚୁରା କରୁଛି ପୋଲିସ ।

ଇଟିଭି ଭାରତ, ବାଲେଶ୍ବର

Last Updated : Sep 21, 2022, 7:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.