ETV Bharat / state

ପଦ୍ମ ଧରିଲେ ଜୀବନ, ବିଜେଡି କରିଥିଲା ନିଲମ୍ବନ

author img

By

Published : Jan 14, 2021, 4:40 PM IST

ବିଜେଡିରୁ ବହିଷ୍କୃତ ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି । ଅଧିକ ପଢନ୍ତୁ...

ପଦ୍ମ ଧରିଲେ ଜୀବନ, ବିଜେଡି କରିଥିଲା ନିଲମ୍ବନ
ପଦ୍ମ ଧରିଲେ ଜୀବନ, ବିଜେଡି କରିଥିଲା ନିଲମ୍ବନ

ବାଲେଶ୍ବର: ବିଜେଡିରୁ ବହିଷ୍କୃତ ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ବିଜେପିରେ ବିଧିବଦ୍ଧ ଭାବେ ମିଶିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପୂର୍ବତନ ବିଧାୟକ ବିଜେପିରେ ମିଶିଛନ୍ତି। ଉପନିର୍ବାଚନ ସମୟରେ ଦଳବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଜୀବନଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା। ତାର ଗୋଟିଏ ଦିନ ପରେ ଜୀବନ ବିଜେଡିରୁ ଇସ୍ତଫା ଦେଇଥିଲେ।

ପଦ୍ମ ଧରିଲେ ଜୀବନ, ବିଜେଡି କରିଥିଲା ନିଲମ୍ବନ

ଆଜି ସେ ବିଜେପିରେ ମିଶିବା ପରେ ସେ ଘର ବାହୁଡିଛନ୍ତି ବୋଲି କହିଛନ୍ତି। ପୂର୍ବରୁ 2009 ମସିହାରେ ବିଜେପି ଛାଡି ଜୀବନ ବିଜେଡିରେ ମିଶିଥିଲେ। ଏବେ ବଞ୍ଚିଥିବା ଯାଏ ବିଜେପିରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।

ବିଜେପିର ଜିଲ୍ଲା ଓ ରାଜ୍ୟସ୍ତରୀୟ ନେତାଙ୍କ ନିର୍ଦ୍ଦେଶରେ ଦଳକୁ ମଜବୁତ କରିବେ ବୋଲି କହିଛନ୍ତି। ଆଗାମୀ ପୌର ନିର୍ବାଚନରେ ବିଜେପିର ହାତମୁଠା ଟାଣ କରିବା ସହ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ତାଙ୍କର ଲକ୍ଷ୍ୟ ବୋଲି ସୂଚନା ଦେଇଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.