ETV Bharat / state

ରାସ୍ତାକାମକୁ ନେଇ ମରଣାନ୍ତକ ଆକ୍ରମଣ, ତଦନ୍ତ ଜାରି - ସରପଞ୍ଚ

ରାସ୍ତାକାମକୁ ନେଇ ସରପଞ୍ଚଙ୍କ ସମର୍ଥକ ଓ ଜମି ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ । ଘଟଣାରେ ଜମି ମାଲିକ ଓ ତାଙ୍କ ମା’ ଗୁରୁତର ହୋଇଥିବା ସୂଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 13, 2019, 5:17 AM IST

ବାଲେଶ୍ବର: ରାସ୍ତାକାମକୁ ନେଇ ସରପଞ୍ଚଙ୍କ ସମର୍ଥକ ଓ ଜମି ମାଲିକଙ୍କ ମଧ୍ୟରେ ଗଣ୍ଡଗୋଳ । ଘଟଣାରେ ଜମି ମାଲିକ ଓ ତାଙ୍କ ମା’ ଗୁରୁତର ହୋଇଥିବା ସୂଚନା । ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି । ଅନ୍ୟପଟେ ଘଟଣାରେ ସଦର ପୋଲିସର ତଦନ୍ତ ଆରମ୍ଭ ।

ଘଟଣାଟି ହେଉଛି ସଦର ଥାନା ଅନ୍ତର୍ଗତ ବଇଞ୍ଚାର । ଯେଉଁଠାରେ କମଳ ଲୋଚନ ବେହେରାଙ୍କ ଜମି ଉପର ଦେଇ ପଞ୍ଚାୟତର ରାସ୍ତାକାମ ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତା କାମକୁ କମଳ ଓ ତାଙ୍କ ପରିବାର ବିରୋଧ କରିବାରୁ ସକାଳେ କମଳଙ୍କ ମା’ଙ୍କୁ ସରପଞ୍ଚଙ୍କ କିଛି ସମର୍ଥକ ଆକ୍ରମଣ କରିଥିଲେ । ମା’ଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଇ ଫେରିବା ସମୟରେ ପୁଣି କିଛି ସମର୍ଥକ ଉଭୟ କମଳ ଓ ତାଙ୍କ ମା’ଙ୍କୁ ପୁଣି ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

କମଳଙ୍କ ଅଭିଯୋଗ ମୁତାବକ ସରପଞ୍ଚଙ୍କ 5ରୁ 6 ଜଣ ସମର୍ଥକ ଲୁହା ରଡରେ ସେମାନଙ୍କୁ ଆକ୍ରମଣ କରିଥିଲେ । ଫଳରେ କମଳଙ୍କ ଡାହାଣ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ତେଣେ ଅଭିଯୋଗ ଆଧାରରେ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ବଇଞ୍ଚା ରେ ରାସ୍ତା ନିର୍ମାଣ କୁ କେନ୍ଦ୍ର କରି ସରପଞ୍ଚ ଙ୍କ ସମର୍ଥକ ଙ୍କ ସହ ଜମି ମାଲିକ ମଧ୍ୟ ରେ ଗଣ୍ଡୋଗୋଳ । ଜମି ମାଲିକ ଓ ତାଙ୍କ ପୁଅ ଗୁରୁତର । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ।

ପଞ୍ଚାୟତରେ ରାସ୍ତାକାମ ଚାଲିଥିବା ବେଳେ ରାସ୍ତା କମଳ ଲୋଚନ ବେହେରାଙ୍କ ଜମି ଉପର ଦେଇ ହେଉଥିବା ଅଭିଯୋଗ ହୋଇଛି। ଏହାକୁ କମଳ ଓ ତାଙ୍କ ପରିବାର ଲୋକେ ବିରୋଧ କରିବାରୁ ସକାଳେ କମଳଙ୍କ ମାଙ୍କୁ ସରପଞ୍ଚଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ମାଙ୍କୁ ମେଡିକାଲରୁ ଚିକିତ୍ସା କରାଇ ଘରକୁ ନେଉଥିବା ବେଳେ ପୁଣି ଥରେ ସରପଞ୍ଚଙ୍କ ସମର୍ଥକମାନେ କମଳ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ। 5ରୁ 6ଜଣ ଲୋକ ହାତରେ ଲୁହାରଡ଼ ଧରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ କମଳଙ୍କ ଡାହାଣ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଏନେଇ ସଦର ପୋଲିସ ଅଧିକ ତଦନ୍ତ ଜାରି ରଖିଛି।Body:ପଞ୍ଚାୟତରେ ରାସ୍ତାକାମ ଚାଲିଥିବା ବେଳେ ରାସ୍ତା କମଳ ଲୋଚନ ବେହେରାଙ୍କ ଜମି ଉପର ଦେଇ ହେଉଥିବା ଅଭିଯୋଗ ହୋଇଛି। ଏହାକୁ କମଳ ଓ ତାଙ୍କ ପରିବାର ଲୋକେ ବିରୋଧ କରିବାରୁ ସକାଳେ କମଳଙ୍କ ମାଙ୍କୁ ସରପଞ୍ଚଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ମାଙ୍କୁ ମେଡିକାଲରୁ ଚିକିତ୍ସା କରାଇ ଘରକୁ ନେଉଥିବା ବେଳେ ପୁଣି ଥରେ ସରପଞ୍ଚଙ୍କ ସମର୍ଥକମାନେ କମଳ ଓ ତାଙ୍କ ମାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ। 5ରୁ 6ଜଣ ଲୋକ ହାତରେ ଲୁହାରଡ଼ ଧରି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ କମଳଙ୍କ ଡାହାଣ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଏନେଇ ସଦର ପୋଲିସ ଅଧିକ ତଦନ୍ତ ଜାରି ରଖିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.