ETV Bharat / state

ପାରାଦ୍ବୀପରୁ ହଳଦିଆ ଯାଉଥିବା କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

author img

By

Published : May 21, 2022, 5:36 PM IST

କୋଇଲା ବୋଝେଇ ଟ୍ରେନରେ ହଠାତ ଲାଗିଲା ନିଆଁ । ଟ୍ରେନ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଅଘଟଣରୁ ବର୍ତ୍ତିଲା ଏକ କୋଇଲା ବୋଝେଇ ଟ୍ରେନ୍‌ । ଅଧିକ ପଢନ୍ତୁ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ବାଲେଶ୍ବର: କୋଇଲା ବୋଝେଇ ଟ୍ରେନରେ ହଠାତ ଲାଗିଲା ନିଆଁ । ଟ୍ରେନ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ ଅଘଟଣରୁ ବର୍ତ୍ତିଲା ଏକ କୋଇଲା ବୋଝେଇ ଟ୍ରେନ୍‌ । ସୂଚନା ଅନୁଯାୟୀ, ଏକ କୋଇଲା ବୋଝେଇ ଟ୍ରେନ୍‌ ପାରାଦ୍ବୀପରୁ ହଳଦିଆ ଅଭିମୁଖେ ଯାଉଥିଲା । ତେବେ ଟ୍ରେନ୍‌ର ଶେଷ ୨ଟି ବଗିରେ ନିଆଁ ଲାଗିଯାଇଥିବା ଗାର୍ଡ ଦେଖିବାକୁ ପାଇଥିଲେ । ସବିରା ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲାଗିଥିବା ଦେଖିବା ପରେ ଗାର୍ଡ ଜଣଙ୍କ ସୋର ଷ୍ଟେସନ ମାଷ୍ଟରଙ୍କ ସହିତ ଯୋଗାଯୋଗ କରିଥିଲେ ।

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ପରେ ଷ୍ଟେସନମାଷ୍ଟର ତୁରନ୍ତ ସୋର ଦମକଳ କେନ୍ଦ୍ରକୁ ଖବର ଦେବା ପରେ ସୋର ଅଗ୍ନିଶମ ବାହିନୀ ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମାଲବାହୀ ଟ୍ରେନଟି ଏବେ ୧ ନମ୍ବର ପ୍ଲାଟଫର୍ମରେ ଛିଡା ହୋଇଛି । ଗରମ ଦିନରେ ଅତ୍ୟଧିକ ଗରମ ହେଉଥିବାରୁ କୋଇଲାରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.