ETV Bharat / state

ଖଡ଼ି ବାଡିରେ ଭୟଙ୍କର ନିଆଁ, ଜଳିଗଲା 50 ଏକର ଚାଷ - ଖଡ଼ି ବାଡିରେ ଭୟଙ୍କର ନିଆଁ

ବାଲେଶ୍ଵର ଜିଲ୍ଲା ଭାଗରାଇ ବ୍ଲକ ଦକ୍ଷିଣ ନାଡ଼ବଣି ଗ୍ରାମରେ 50 ଏକର ଖଡ଼ି ଜମିରେ ନିଆଁ ଲାଗି ସବୁ କିଛି ପୋଡି ପାଉଁଶ ହୋଇ ଯାଇଛି । ଅଧିକ ପଡନ୍ତୁ

Fire breaks out
Fire breaks out
author img

By

Published : May 24, 2023, 1:31 PM IST

ଖଡ଼ି ବାଡିରେ ଭୟଙ୍କର ନିଆଁ

ବାଲେଶ୍ବର: ଅଗ୍ନିର କୋପରେ ଜଳିଗଲା ଏକର ଏକର ଖଡିଚାଷ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଦକ୍ଷିଣ ନାଡ଼ବଣି ଗ୍ରାମରେ 50 ଏକର ଖଡ଼ି ଜମିରେ ନିଆଁ ଲାଗି ସବୁ କିଛି ପୋଡି ପାଉଁଶ ହୋଇଯାଇଛି । ସୂଚନା ଅନୁସାରେ, ବାଲେଶ୍ଵର ଜିଲ୍ଲା ଭୋଗରାଇ ଦକ୍ଷିଣ ନାଡବଣୀ ଗାଁରେ ଉର୍ଦ୍ଧ୍ବ ଖଡ଼ି ଚାଷ ଜଳିଯାଇଛି । ହଠାତ୍‌ ନିଆଁ ଲାଗିଯିବା ଫଳରେ ଏହାର କାରଣ ଜଣାପଡ଼ିନାହିଁ । ନିଆଁ ଏତେ ବ୍ୟାପକ ଥିଲା ଯେ ଆଖି ପିଛୁଳାକେ ସମଗ୍ର ଅଞ୍ଚଳରେ ଥିବା ଖଡ଼ିରେ ବ୍ୟାପି ଯାଇଥିଲା । ଚାଷକୁ ନିଆଁ ମୁହଁରୁ ବଞ୍ଚାଇ ପାରିଲେନି ଚାଷୀ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଭୟାବହ ଅଗ୍ନିକାଣ୍ଡ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିଲେ । ଲକ୍ଷ ଲକ୍ଷ ଟଙ୍କାର ଫସଲ ଜଳି ପାଉଁଶ ହୋଇଯିବା ପରେ ଚାଷୀ ମାନେ ଏବେ ଚିନ୍ତାରେ ପଡିଛନ୍ତି । ଭୟାବହ ଅଗ୍ନିକାଣ୍ଡକୁ ଅଗ୍ନିଶମ ବିଭାଗ ଦ୍ଵାରା ଆୟତ୍ତ କରିବା ସମ୍ଭବ ହୋଇପାରିନଥିଲା ।

ତେବେ ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ପ୍ରାୟ ଏକ କିଲୋମିଟର ଯାଏ ଏହାର ପ୍ରଭାବ ରହିଥିବା କୁହାଯାଉଛି । ଦୀର୍ଘ ଘଣ୍ଟା ଧରି ହୁତୁ ହୁତୁ ହୋଇ ଜଳି ଥିଲା ଖଡିଜମି । ଚାଷଜମିରୁ ନିଆଁ ବ୍ୟାପକ ହୋଇ ଏବେ ଗାଁ ଆଡକୁ ମୁହାଁଇଥିଲା । ନିଆଁ ଆୟତ୍ତ ପାଇଁ ଦୁଇଟି ଦମକଳ ଲାଗିଥିଲେ ମଧ୍ୟ ନିଆଁ ଆୟତ୍ତ ହୋଇପାରିନାହିଁ । ଗୋଟିଏ ପଟେ ଚାଷୀ ତାର ବର୍ଷ ଯାକର ସମ୍ପତ୍ତି ହରାଇ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ପାଖରେ ଥିବା ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣ କିମ୍ବା ଅଗ୍ନିକାଣ୍ଡର ଅନ୍ୟ କିଛି କାରଣ ତାହା ଜଣାପଡି ନ ଥିବା ବେଳେ ଏବେ କିନ୍ତୁ ଚାଷୀମାନଙ୍କ ପାଇଁ ଏହା ଏକ ବିରାଟ କ୍ଷତି ବୋଲି କୁହାଯାଇପାରେ ।

ପ୍ରକାଶ ଥାଉକି, ଦୁଇ ଦିନ ପୂର୍ବେ ସମ୍ବଲପୁରର ଧମା ଥାନା ଅନ୍ତର୍ଗତ ଗୁଣ୍ଡେରପୁର ସ୍ଥିତ ପାଇପ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ପାଇପ ଜଳି ଯାଇଥିଲା । ସକାଳ ପ୍ରାୟ 10ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପ୍ରାୟ 3 ଘଣ୍ଟା ଆପ୍ରାଣ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିଲା । ତେବେ ଏଥିରେ କେହି ମୃତାହତ ହୋଇନଥିବା ବେଳେ ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ପହଞ୍ଚି ପରିସ୍ଥିତିର ନିରୀକ୍ଷଣ କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.