ବାଲେଶ୍ବର: କୃଷକ ମୋର୍ଚ୍ଚା ପକ୍ଷରୁ ସର୍ବଭାରତୀୟ ସ୍ତରରେ ୪ ଘଣ୍ଟା ରେଳ ରୋକ କରାଯାଇଛି । କେନ୍ଦ୍ରରେ ମୋଦି ସରକାର କଳା କୃଷକ ଆଇନ, ରେଳ ବଜେଟରେ ଓଡ଼ିଶାକୁ ଉପେକ୍ଷା ଓ କୋରୋନା ଆଳରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ନକରି ସ୍ଵତନ୍ତ୍ର ଟ୍ରେନକୁ ପ୍ରାଧାନ୍ୟ ଦେଇ ଯାତ୍ରୀଙ୍କୁ ଶୋଷଣ କରିବାକୁ ବିରୋଧ କରି କୃଷକ ମୋର୍ଚ୍ଚା ପକ୍ଷରୁ ରେଳରୋକ ।
ଅପରାହ୍ନ 12ଟାରୁ 4 ଟା ପର୍ଯ୍ୟନ୍ତ ରେଳରୋକ କରାଯାଇଛି। ସେହିପରି ବାଲେଶ୍ଵର ଷ୍ଟେସନରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ ରାଜଧାନୀ ଏକ୍ସପ୍ରେସକୁ ଅଟକାଯାଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ