ETV Bharat / state

ଧାନକିଣାକୁ ନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ

author img

By

Published : Feb 24, 2021, 10:32 PM IST

ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକର ବଡପାଳ ସେବା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ କିଣୁ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ଧାନ କିଣିବା ଦାବିରେ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଥିବା ଦେଖିବାକୁ ମିଳିଛି ।

ଧାନକିଣାକୁ ନେଇ ଚିନ୍ତାରେ ଚାଷୀ
ଧାନକିଣାକୁ ନେଇ ଚିନ୍ତାରେ ଚାଷୀ

ବାଲେଶ୍ବର: ଧାନକିଣାକୁ ନେଇ ଚିନ୍ତାରେ ଚାଷୀ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକର ବଡପାଳ ସେବା ସମବାୟ ସମିତି ଚାଷୀଙ୍କ ଠାରୁ ଧାନ କିଣୁ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ଧାନ କିଣିବା ଦାବିରେ ଚାଷୀମାନେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଥିବା ଦେଖିବାକୁ ମିଳିଛି ।

ଧାନକିଣାକୁ ନେଇ ଚିନ୍ତାରେ ଚାଷୀ

ଏହାସହ 3ଦିନ ମଧ୍ୟରେ ଧାନକିଣା ନ ଗଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ବଡପାଳ ସମବାୟ ସମିତି ଅଧିନରେ ଥିବା କଲ୍ୟାଣପୁର, ମନ୍ଦାରପୁରକୁ ମିଶାଇ ତିନିଟି ପଞ୍ଚାୟତ ରହିଛି। ୧୫ ହଜାରରୁ ଊର୍ଦ୍ଧ୍ଵ ଚାଷୀଙ୍କ ମଧ୍ୟରୁ ଚଳିତବର୍ଷ ୮୮୦ ଜଣ ଚାଷୀ ଅନଲାଇନ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୭୪୦ ଜଣଙ୍କୁ ଟୋକନ ମିଳିସାରିଛି ।

ହେଲେ ବାକି ୧୪୦ ଜଣଙ୍କୁ ଟୋକନ ମିଳିପାରି ନଥିବା ଅଭିଯୋଗ ହୋଇଛି । ସେହିପରି ୨୭ ହଜାର କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୫ ହଜାର କ୍ବିଣ୍ଟାଲ ଧାନକିଣା ହୋଇଛି ।

ଅନ୍ୟପଟେ ଚାଷୀଙ୍କ ଟୋକନର ଅବଧି ପୁରିବାକୁ ବସିଥିବାବେଳେ ଟାର୍ଗେଟ ନଥିବା ଦର୍ଶାଇ ମିଲର ଓ ସୋସାଇଟି ଧାନ କିଣୁ ନଥିବା ଅଭିଯୋଗ ହୋଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.