ETV Bharat / state

ପୋଖରୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର - ବାଲେଶ୍ବର ଜିଲ୍ଲା ଔପଦା ଅଞ୍ଚଳରେ

ଗତ ମଙ୍ଗଳବାର ବାଲିମୁଣ୍ଡୁଳି ଗାଁର ଡୁବୁଲିଆ ସିଂ ହଳ କରିବାକୁ ଯାଇ ନିଖୋଜ ଥିବାବେଳେ ଗତକାଲି ବିଳମ୍ବିତ ରାତିରେ ପୋଖରୀରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 31, 2019, 2:59 PM IST

ବାଲେଶ୍ବର: ପୋଖରୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ଅଞ୍ଚଳରେ ।

ସୂଚନା ମୁତାବକ, ଗତ ମଙ୍ଗଳବାର ବାଲିମୁଣ୍ଡୁଳି ଗାଁର ଡୁବୁଲିଆ ସିଂ ହଳ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ବିଳମ୍ବିତ ରାତି ୩ଟା ସମୟରେ ଗାଁ ପୋଖରୀରୁ ଡୁବୁଲିଆଙ୍କ ଶବ ଦେଖି ଉଦ୍ଧାର କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏହାପରେ ଔପଦା ପୋଲିସକୁ ଖବର ଦେବା ପରେ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନକୁ ପଠାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ବାଲେଶ୍ବର: ପୋଖରୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଔପଦା ଅଞ୍ଚଳରେ ।

ସୂଚନା ମୁତାବକ, ଗତ ମଙ୍ଗଳବାର ବାଲିମୁଣ୍ଡୁଳି ଗାଁର ଡୁବୁଲିଆ ସିଂ ହଳ କରିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ଏହାପରେ ପରିବାର ଲୋକେ ଖୋଜାଖୋଜି କରିବା ପରେ ବିଳମ୍ବିତ ରାତି ୩ଟା ସମୟରେ ଗାଁ ପୋଖରୀରୁ ଡୁବୁଲିଆଙ୍କ ଶବ ଦେଖି ଉଦ୍ଧାର କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଏହାପରେ ଔପଦା ପୋଲିସକୁ ଖବର ଦେବା ପରେ ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୋର ଡାକ୍ତରଖାନକୁ ପଠାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ସ୍ଲଗ-ଏସି ଅଛି କିନ୍ତୁ ଶିଶୁ ସଢ଼ୁଛନ୍ତି ଗରମ ରେBody:
ଆଙ୍କର- ସରକାର ସାଧାରଣ ଲୋକଙ୍କ ପାଇଁ କରୁଛନ୍ତି ଯୋଜନା ଉପରେ ଯୋଜନା । ଛୁଆ ମା ପେଟରେ ରହିବା ପରଠାରୁ ଯେ ବୃଦ୍ଧ ହୋଇ ମଲା ପର୍ଯ୍ୟନ୍ତ । ଏଥି ପାଇଁ ଖର୍ଚ୍ଚ କରୁଛନ୍ତି ମଧ୍ୟ କୋଟି କୋଟି ଟଙ୍କା । କିନ୍ତୁ ଏହି ଟଙ୍କା ବହୁ ସମୟରେ ଅପବ୍ୟୟ ହେଉଥିବା ନଜର କୁ ଆସୁଛି । ଏହି ଭଳି ଟଙ୍କାର ଦୁରୁପଯୋଗ ର ନିଚ୍ଛକ ଉଧାହରଣ ପାଲିଟିଛି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ନୂତନ ନିର୍ମିତ ମାତୃ ଓ ଶିଶୁ ବିଭାଗ । ୮ କୋଟି ୧୨ ଲକ୍ଷ ଟଙ୍କାରେ ବ୍ୟୟ ବରାଦ ହୋଇଥିଲା ଏହି ନୂତନ ବିଭାଗର ପ୍ରକଳ୍ପ ପାଇଁ । ଏହି ନୂତନ ପ୍ରକଳ୍ପର ଲକ୍ଷ୍ୟ ଥିଲା ଏଠାକୁ ଆସୁଥିବା ମା ଓ ଶିଶୁ ଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦେଇ ଚିକିତ୍ସା କରିବା । କିନ୍ତୁ ଏହି ଲକ୍ଷ୍ୟ ଯେପରି ଦିଗଭ୍ରଷ୍ଟ ହୋଇ ଗଲା ପରି ଲାଗୁଛି ଏହି ବିଭାଗର ନୂତନ ବିଲ୍ଡିଂ ରେ । ଏହି ନୂତନ ଵିଲଡିଂରେ ମାତୃ ଓ ଶିଶୁ ଙ୍କୁ ନିରୋଗ ରଖିବା ପାଇଁ ସମସ୍ତ ୱାର୍ଡ ରେ ନୂତନ ଏଆର କାଣ୍ଡିସନର( ଏସି) ଲଗା ଯିବା କଥା । ପ୍ରକଳ୍ପ ନିୟମ ଅନୁଯାୟୀ ଏସି ମଧ୍ୟ ଲାଗିଛି । କିନ୍ତୁ ବିଚିତ୍ର କଥା ହେଉଛି ଏହି ଏସି ଗୁଡିକ ଲାଗିବା ଦିନରୁ କାର୍ଯ୍ୟକ୍ଷମ ହେଇ ପାରୁନାହିଁ । ଵିଲଡିଂ ଟି କାର୍ଯ୍ୟକ୍ଷମ ହେବାର ତିନି ବର୍ଷ ହେଲାଣି । କିନ୍ତୁ ଏହି ଏସି ଗୁଡିକ ସେପରି ବିନା କାର୍ଯ୍ୟ ରେ କାନ୍ଥ ରେ ଟଙ୍ଗା ହୋଇଛି। ଏସି ନ ଚାଳିବାରୁ ଏଠାକୁ ଆସୁଥିବା ରୋଗୀଙ୍କ ପାଇଁ ଫ୍ୟାନ ହିଁ ଭରଷା । ସବୁ ୱାର୍ଡ ଗୁଡିକରେ ଅଧାରୁ ଅଧିକ ଫ୍ୟାନ ଗୁଡିକ ମଧ୍ୟ ଅଚଳ । ଏଥିପାଇଁ ରୋଗୀମାନେ ନାହିଁ ନଥିବା ହଇରାଣ ହେବାକୁ ପଡୁଛି ଗରମ ପାଇଁ । ନୂଆ ଜନ୍ମ ଶିଶୁଙ୍କୁ ସାହା କେବଳ ବିଛଣା ପବନ ବା ମା ର ପଣତ କାନି । ଏହି ଅର୍ଧ ନିର୍ମିତ ପ୍ରକଳ୍ପ କରି ଠିକାଦାର ଛୁ । ଏଥି ପାଇଁ ଚିକିତ୍ସାଳୟ ପ୍ରଶାସନ ଓ ଗୃହ ଓ ପୂର୍ତ୍ତ ବିଭାଗ ମୁହାଁ ମୁହିଁ । ଏହି ଅସୁବିଧା ନେଇ ଚିକିତ୍ସାଳୟ ପ୍ରଶାସନ କୁ ପଚାରିବାରୁ ସେ ଗୃହ ବିଭାଗ କୁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି । ସେପଟେ ଗୃହ ନିର୍ମାଣ ବିଭାଗ କୁ ପଚାରିବାରୁ ବିଭାଗ ପକ୍ଷରୁ ଠିକାଦାର ଙ୍କୁ ଏନେଇ ନୋଟିସ କରାଯାଇଛି । ସେ ଏସି ଗୁଡିକ କାର୍ଯ୍ୟକ୍ଷମ କରିବା ସହ ଵିଲଡିଂ ର ସମ୍ପୂର୍ଣ୍ଣ କାର୍ଯ୍ୟ ନ ସାରିଲେ ନିୟମାନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ନିର୍ବାହୀ ଯନ୍ତ୍ରୀ।

ବାଇଟ-୧-ତପନ କୁମାର ସାହୁ ( ରୋଗୀର ଅଭିଭାବକ)

ବାଇଟ-୨-ସୁଶୀଳା ମହାନ୍ତ ( ରୋଗୀର ଅଭିଭାବକ)

ବାଇଟ-୩-ଚୌଧୁରୀ ମହାକୁଡ଼ ( ରୋଗୀର ଅଭିଭାବକ)

ବାଇଟ-୪-ଡ଼ ସୁଧାଂଶୁ ଶେଖର ବଳ ( ଏଡିଏମ ଓ)

ବାଇଟ-୫-ଇଂ ପ୍ରଦୀପ୍ତ କୁମାର ରଥ (ନିର୍ବାହୀ ଯନ୍ତ୍ରୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.