ETV Bharat / state

ବଞ୍ଚିବାକୁ ରାହା ଖୋଜୁଛି ୯ ମାସର ଶିଶୁ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ - ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଜନ୍ମ ହେବାର ୭ ଦିନ ପରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କଲା ଶିଶୁ । ଶିଶୁଟି ସିଷ୍ଟିକ୍ ହାଇଗ୍ରୋମା ରୋଗରେ ପୀଡ଼ିତ ଥିବା ପରିବାର ଲୋକେ ଜାଣିବାକୁ ପାଇଲେ । ହେଲେ ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛି ୯ ମାସର ଶିଶୁ କନ୍ୟା ଶ୍ରେୟାଂଶୀ । ଅଧିକ ପଢ଼ନ୍ତୁ

family seeks government assistance in balasore
ବଞ୍ଚିବାକୁ ରାହା ଖୋଜୁଛି ୯ ମାସର ଶିଶୁ
author img

By

Published : Jul 28, 2023, 8:56 PM IST

ବଞ୍ଚିବାକୁ ରାହା ଖୋଜୁଛି ୯ ମାସର ଶିଶୁ

ବାଲେଶ୍ବର: ଦୁନିଆକୁ ଭଲ ଭାବରେ ଦେଖି ନଥିବା କଅଁଳ ଶିଶୁଟି ଯନ୍ତ୍ରଣାରେ ଛଟପଟ ହେଉଛି । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁ ନଥିବା ବେଳେ ଜୀବନ ସହ ସଂଗ୍ରାମ କରୁଛି ୯ ମାସର ଶିଶୁ କନ୍ୟା ଶ୍ରେୟାଂଶୀ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଜଡିଦା ପଞ୍ଚାୟତ ରୁଷ ଗାଁର ସହଦେବ ସାହୁଙ୍କ ୯ ମାସର ଶିଶୁ କନ୍ୟା ଶ୍ରେୟାଂଶୀ । ଆଜକୁ ଠିକ ୯ ମାସ ପୂର୍ବରୁ ଶ୍ରେୟାଂଶୀ ଜନ୍ମଗ୍ରହଣ କରିଥିଲା । ସେତେବେଳେ ମେଡିକାଲଠାରୁ ଆରମ୍ଭ କରି ଗାଁ ଓ ପରିବାରରେ ଖୁସି ଖେଳିଯାଇଥିଲା । କିନ୍ତୁ ଜନ୍ମର ହେବାର ୭ ଦିନ ପରେ ପରିବାରକୁ ମାଡ଼ି ଆସିଲା ଦୁଃଖର କଳା ବାଦଲ ।

ଶ୍ରେୟାଂଶୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଖାଦ୍ୟ ଖାଇବାରେ ଯନ୍ତ୍ରଣା ଅନୁଭବ କରିଥିଲା । ଏଥିପାଇଁ ପରିବାର ଲୋକେ ଶିଶୁଟିକୁ ବାଲେଶ୍ୱରର ଜଣେ ଡାକ୍ତରଙ୍କ ନିକଟକୁ ନେଇଯାଇଥିଲେ । ପରେ ସ୍ଵାସ୍ଥ୍ୟାବସ୍ଥାର ସୁଧାର ନଆସିବାରୁ ଭୁବନେଶ୍ୱର ଏମ୍ସକୁ ନେଇଥିଲେ । ସେଠାରେ ଶିଶୁ କନ୍ୟା ଜଣକ ସିଷ୍ଟିକ୍ ହାଇଗ୍ରୋମା ରୋଗରେ ପୀଡ଼ିତ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ଡାକ୍ତର ଶ୍ରେୟାଂଶୀର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଅଭାବୀ ପରିବାର ପାଖରେ ଟଙ୍କାର ଅଭାବ କାରଣରୁ ସେମାନେ ଏହି ଅପରେସନ କରିବା ପାଇଁ ସକ୍ଷମ ହୋଇ ପାରୁନାହାନ୍ତି ।

ପରିବାରରେ ଆର୍ଥିକ ସ୍ଥିତି ଭଲ ନଥିବାରୁ ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆସିବ, ଘରେ ଯାହା ଯେଉଁଠି ଥିଲା ସବୁ କିଛି ବିକ୍ରି କରି ଝିଅର ଚିକିତ୍ସା କରିଥିଲେ । ଥରେ ନୁହେଁ କି ଦୁଇ ଥର ନୁହେଁ ଚାରି ଥର ଅପରେସନ ହେଲା କିନ୍ତୁ କୌଣସି ସୁଫଳ ମିଳିଲାନାହିଁ । ବରଂ ଶିଶୁଟି ଅଧିକ ଅସୁସ୍ଥ ହେଲା । ଅପରେସନ ପରେ ଶ୍ରେୟାଂଶୀର ଜିଭ ବାହାରକୁ ଆସିଯାଇଛି । ଯାହା ଫଳରେ ସେ ଖାଦ୍ୟ ଖାଇପାରୁନାହିଁ । ଏଥିପାଇଁ ତାର ପେଟ ଓ ବେକରେ ଏକ ଛିଦ୍ର କରି ଖାଦ୍ୟ ଓ ନିଃଶ୍ୱାସ, ପ୍ରଶ୍ୱାସ ନେବା ପାଇଁ ପାଇପ ଲଗାଇଛନ୍ତି ଡାକ୍ତର । ସହଦେବ ଘରର ଏକମାତ୍ର ରୋଜଗାରିଆ ପୁଅ ହୋଇଥିବା ବେଳେ ରାଜ୍ୟ ବାହାରେ ରହି ଗୋଟିଏ ଦୋକାନରେ କାମ କରୁଥିଲେ। ଯେତିକି ଟଙ୍କା ରୋଜଗାର କରନ୍ତି ସେତିକିରେ ପରିବାରର ୫ ପ୍ରାଣୀ ଚଳନ୍ତି । ମାତ୍ର ଶିଶୁର ରୋଗ ପାଇଁ ସେ ବାହାରକୁ ଯାଇ କାମ କରିପାରୁନାହାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବଞ୍ଚିବାର ରାହା ଖୋଜୁଛନ୍ତି ଖଜୁରୀଖମଣ ଗାଁର 3 ଅସହାୟ ଭାଇଭଇଣୀ

ଡାକ୍ତରଙ୍କ କହିବା କଥା ଏବେ ତାଙ୍କର ୫ଟି ଇଞ୍ଜେକ୍ସନ ଲାଗିବ ଯାହାର ମୂଲ୍ୟ ପାଖାପାଖି ୨ଲକ୍ଷ ଟଙ୍କା । ଅନ୍ୟପଟେ ଶିଶୁକନ୍ୟାର ଚିକିତ୍ସା ପାଇଁ ପ୍ରତ୍ୟେକ ସପ୍ତାହକୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ହାତରେ ଟଙ୍କାଟିଏ ବି ନାହିଁ । ଅବଶ୍ୟ ବାଲେଶ୍ୱର ଜିଲ୍ଲାପାଳଙ୍କ ନଜରରେ ଏହି ଘଟଣା ଆସିବା ପରେ ଶିଶୁ କନ୍ୟାର ଚିକିତ୍ସା ପାଇଁ ଯିବା ଆସିବା ଖର୍ଚ୍ଚ ବହନ କରାଯାଇଛି । ମାତ୍ର ଅପରେସନ ପାଇଁ ଏକାଥରକେ ଏତେ ଟଙ୍କା ଯୋଗାଡ କରିବାରେ ପୁରା ପରିବାର ଅସମର୍ଥ ହୋଇଛି । ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଶ୍ରେୟାଂଶୀଙ୍କ ଜୀବନ ବଞ୍ଚାଇବା ପାଇଁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ବାପାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଟଙ୍କା ପଠାଇପାରିବେ।

Name:-MR. SAHADEV SAHU
BRANCH- CENTRAL BANK OF INDIA, MANIPUR
Ac/No:- 3434739479
IFSC CODE:-CBIN0282985
PHONEPAY- 7681840505

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.