ETV Bharat / state

ପାରିବାରିକ କଳହର କରୁଣ ପରିଣତି: କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା

author img

By

Published : Mar 1, 2020, 11:48 AM IST

Updated : Mar 1, 2020, 12:10 PM IST

ବାଲେଶ୍ଵର ଜିଲ୍ଲା ଖଇରା ଥାନା କୁପାରି ପଞ୍ଚାୟତ ଦୁମୁହାଁଣି ଗ୍ରାମର ପାରିବାରିକ କଳହକୁ କେନ୍ଦ୍ର କରି ମହିଳାଙ୍କ ପୋଡି ହୋଇ ମୃତ୍ୟୁ । ମୃତ ମହିଳା ଜଣଙ୍କ ଚାନ୍ଦିନୀ ସାହୁ ବୋଲି ଜଣାପଡିଛି । ଏପଟେ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ ।

_ WOMEN SUICIDE ATTEMPT
ପାରିବାରିକ କଳହର କରୁଣ ପରିଣତି;କିରୋସିନି ମହିଳାଙ୍କ ଆତ୍ମହତ୍ୟା

ବାଲେଶ୍ବର: ପାରିବାରିକ କଳହର କରୁଣ ପରିଣତି । ପାରିବାରିକ ମତାନ୍ତରକୁ ନେଇ କିରୋସିନି ଢାଳି ହୋଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଶେଷରେ ଗୁରୁତର ଅବସ୍ଥାରେ ମେଡିକାଲରେ ଆଖି ବୁଜିଲେ ମହିଳା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଖଇରା ଥାନା ଅଧିନସ୍ଥ ଦୁମୁହାଁଣି ଗାଁରେ ।

ପାରିବାରିକ କଳହର କରୁଣ ପରିଣତି: କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା

ମୃତ ମହିଳା ହେଲେ ଶାଳଗାଡିଆ ଗାଁର ଭାଗିରଥି ସାହୁଙ୍କ ସ୍ତ୍ରୀ ଚାନ୍ଦିନୀ ସାହୁ । ପ୍ରକାଶ ଯେ, ଗତ 4 ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା । ଅଭାବ ଅନଟନକୁ ନେଇ ପରିବାରରେ ସର୍ବଦା ଅସନ୍ତୋଷ ଲାଗି ରହୁଥିଲା । ହେଲେ ଶନିବାର ଉଭୟଙ୍କ ତିକ୍ତତା ଉଗ୍ରରୂପ ନେଇଥିଲେ । ଉତକ୍ଷିପ୍ତ ହୋଇ କିରୋସିନି ଢାଳି ଆତ୍ମହତ୍ୟା କରିଥିଲେ ଚାନ୍ଦିନୀରେ । ଶାଶୂଘର ଲୋକେ ତାଙ୍କୁ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏପଟେ ଚାନ୍ଦିନୀଙ୍କ ବାପଘର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଭାଗୀରଥୀଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ ଓ ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Mar 1, 2020, 12:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.