ETV Bharat / state

କଙ୍ଗାରୁ କୋର୍ଟରେ ଜୁଲୁମ, ପୀଡ଼ିତାଙ୍କ ପରିବାରକୁ ଖୁଣ୍ଟରେ ବାନ୍ଧି ନିର୍ଯାତନା !

author img

By

Published : Jan 4, 2023, 9:14 AM IST

ବାଲେଶ୍ବରରେ ପୁଣି ବସିଲା କଙ୍ଗାରୁ କୋର୍ଟ (Kangaroo Court)। ଅସଦାଚରଣର ଶିକାର ହୋଇଥିବା ନାବାଳିକାଙ୍କ ପରିବାର ପୋଲିସ ନିକଟରେ ଅଭିଯୋଗ କରିବା ପରେ ସେମାନଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Kangaroo Court
Kangaroo Court

Kangaroo court in Balasore

ବାଲେଶ୍ବର: ଜିଲ୍ଲାର ରାଇବଣିଆ ଥାନା ଅଞ୍ଚଳରେ ପୁଣି ବସିଲା କଙ୍ଗାରୁ କୋର୍ଟ (Kangaroo Court in Balasore)। ଏଠାରେ ଅସଦାଚରଣର ଶିକାର ହୋଇଥିବା ନାବାଳିକାଙ୍କ ପରିବାର ପୋଲିସକୁ ଏନେଇ ଖବର ଦେଇଥିଲେ । ଏହାପରେ ଗାଁ ମୁଖିଆ ଅସଦାଚରଣ କରିଥିବା ଯୁବକଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ପୋଲିସକୁ ଖବର ଦେବାରୁ ନାବାଳିକାଙ୍କ ପରିବାରକୁ ଏକ ଖୁଣ୍ଟରେ ବାନ୍ଧି ରଖିଥିବା ଅଭିଯୋଗ ହୋଇଛି । ଗ୍ରାମର ମୁଖିଆ ଓ ସରପଞ୍ଚଙ୍କ ପ୍ରତିନିଧି ଉପସ୍ଥିତିରେ ନାବାଳିକାଙ୍କ ପରିବାର ଲୋକଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ କୁହାଯାଇଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଗତ ଜାନୁଆରୀ ୧ ତାରିଖ ସନ୍ଧ୍ୟାରେ ରାଇବଣିଆ ଥାନା ଅନ୍ତର୍ଗତ କାଳିକ ପଞ୍ଚାୟତର ଉପରତଟା ଗ୍ରାମର ଏକ ନାଚଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନାବାଳିକାଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ରହି ନାଚଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଏହି ସମୟରେ ତେନ୍ତୁଳା ଗ୍ରାମର ଯୁବକ କିସୁନ ବେଶ୍ରା ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରିଥିଲେ ନାବାଳିକା ଝିଅର ପିଉସୀ । ପରେ ନାବାଳିକା ଓ ତାଙ୍କ ପିଉସୀଙ୍କୁ ସମ୍ପୃକ୍ତ ଯୁବକର ସାଙ୍ଗମାନେ ଆକ୍ରମଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଏହା ବି ପଢନ୍ତୁ- Balasore MP Admitted at AIIMS: ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହେଲେ ସାଂସଦ ପ୍ରତାପ ଷଡଙ୍ଗୀ

ତେବେ ଏହି ଘଟଣା ସମ୍ପର୍କରେ ନାବାଳିକାର ପରିବାର ଲୋକେ ସମ୍ପୃକ୍ତ ଯୁବକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ମଧ୍ୟ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିଲା । ଘଟଣା ଘଟିବାର ପର ଦିନ ଅର୍ଥାତ ୨ତାରିଖ ଦିନ ପ୍ରାୟ ୧୨ଟା ବେଳେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହିଞ୍ଚିବାରୁ ସମ୍ପୃକ୍ତ ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ଜୋରଦାର ବିରୋଧ କରିଥିଲେ । ପୋଲିସ ଘଟଣାସ୍ଥଳରୁ ଫେରି ଆସିବା ପରେ ନାବାଳିକାଙ୍କ ପରିବାରର ୫ ଜଣଙ୍କୁ ମାରପିଟ କରିବା ସହ ସମ୍ପର୍କୀୟଙ୍କୁ ପ୍ରାୟ ୬ଘଣ୍ଟାରୁ ଊର୍ଦ୍ଧ ସମୟ ଧରି ବାନ୍ଧି ଦେଇଥିବା ଦେଖିବାକୁ ମିଳିଛି ।

ଗ୍ରାମର ମୁଖିଆ ଓ ସରପଞ୍ଚଙ୍କ ପ୍ରତିନିଧି ଉପସ୍ଥିତିରେ ନାବାଳିକାଙ୍କ ପରିବାର ଲୋକଙ୍କୁ ୧ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ କୁହାଯାଇଥିଲା । ଟଙ୍କା ଦେବା ପାଇଁ ରାଜି ନ ହେବାରୁ ସେମାନଙ୍କୁ ବିଳମ୍ବିତ ରାତିରେ ଛଡ଼ାଯାଇଥିବା ମଧ୍ୟ ଜଣାପଡ଼ିଛି । ତେବେ ଏଠାରେ ଅସଦାଚରଣ କରିଥିବା ଯୁବକଙ୍କୁ ଦଣ୍ଡିତ ନ କରି ପୋଲିସକୁ ନାବାଳିକାଙ୍କ ପରିବାର ଖବର ଦେଇଥିବାରୁ ତାଙ୍କ ଉପରେ ଜୁଲୁମ ହୋଇଛି । ଗାଁର ମୁଖିଆ ପୋଲିସକୁ ତଡ଼ି ଦେଇ ନିଜେ ଏ ନେଇ ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.