ETV Bharat / state

ଫାଲକନ ଗ୍ୟାସ ଲିକକୁ ନେଇ ବାଲେଶ୍ବର ବିଧାୟକଙ୍କ ପ୍ରତିକ୍ରିୟା

author img

By

Published : Nov 14, 2019, 2:03 PM IST

ଫାଲକନ ଚିଙ୍ଗୁଡି ପ୍ରୋସେସିଂ ୟୁନିଟରେ ହୋଇଥିବା ଅଘଟଣ ପ୍ରସଙ୍ଗ ଉଠିବ ବିଧାନସଭାରେ । ଜିଲ୍ଲାର ସମସ୍ତ ବିଧାୟକ ଏନେଇ ମୁହଁ ଖୋଲିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାଲେଶ୍ଵର ଫାଲକନ ଚିଙ୍ଗୁଡି ପ୍ରୋସେସିଂ ୟୁନିଟରେ ହୋଇଥିବା ଅଘଟଣକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଘଟଣା ଦୁର୍ଭାଗ୍ୟଜନକ। ତଦନ୍ତ ହେଉ, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେଉ। ଯେହେତୁ ଫାଲକନ ମାଲିକ ତାରା ରଞ୍ଜନ ପଟ୍ଟନାୟକ ହେଉଛନ୍ତି ନିରଞ୍ଜନଙ୍କ ଭାଇ ତେଣୁ ସେ ଏହି ପ୍ରସଙ୍ଗରେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟେ ଏହି ଘଟଣାକୁ ନେଇ ବାଲେଶ୍ବର ସମସ୍ତ ବିଧାୟକ ନିଜ ନିଜ ମତ ରଖିଛନ୍ତି । ଜିଲ୍ଲାର ଭୋଗରାଇ ବିଧାୟକ ଅନନ୍ତ ଦାସ କହିଛନ୍ତି ମୁଁ ଘଟଣା ସମ୍ପର୍କରେ ଅବଗତ ଅଛି । ଏହା ଘଟଣା ନା ଦୁର୍ଘଟଣା ତାହା ତଦନ୍ତ ହେବା ଦରକାର ବୋଲି ସେ କହିଛନ୍ତି । ସେ ଜିଲ୍ଲାପାଳଙ୍କ ସହ କଥା ହୋଇଥିବା ମଧ୍ୟ କହିଛନ୍ତି । ବାଲେଶ୍ବର ସଦର ବିଧାୟକ ମଦନ ମୋହନ ଦତ୍ତ କହିଛନ୍ତ ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ । ପାଖାପାଖି 200 ମହିଳାଙ୍କ ସ୍ଥିତି ସଂଗୀନ ହୋଇପଡିଥିଲା । ଏହି ପ୍ରସଙ୍ଗକୁ ସେ ବିଧାନସଭାରେ ଉଠାଇବେ ବୋଲି କହିଛନ୍ତି । ଏହାସହ ସମସ୍ତ ଆହତଙ୍କୁ କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.