ETV Bharat / state

10 ଲକ୍ଷ ଟଙ୍କାର ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ - ବାଲେଶ୍ଵର

ଅବକାରୀ ବିଭାଗ ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ସହ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଚଢ଼ାଉ କରିଛି। ଅଧିକ ପଢନ୍ତୁ...

ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ
ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ
author img

By

Published : Jun 13, 2021, 10:40 AM IST

ବାଲେଶ୍ଵର: ଅବକାରୀ ବିଭାଗ ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ସହ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଚଢ଼ାଉ କରିଛି । ସେଠାରେ ଥିବା ମଦ ତିଆରି କାରଖାନା ଉପରେ ଚଢ଼ାଉ କରିବା ବେଳେ ସେଠାରୁ ବେପାରିମାନେ ଖସି ପଳାଇଥିଲେ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି 15 ହଜାର ଲିଟର ପୋଚ ସାଙ୍ଗକୁ 600 ଲିଟର ଦେଶୀ ମଦ ନଷ୍ଟ କରିଛି ଅବକାରୀ ବିଭାଗ ।

ଦେଶୀ ମଦ ନଷ୍ଟ କଲା ଅବକାରୀ ବିଭାଗ

ଏହାସହ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏହାକୁ ନେଇ ଅବକାରୀ ବିଭାଗ ପକ୍ଷରୁ 4ଟି ମାମଲା ରୁଜୁ କରାଯାଇଛି । ଏହି ଚଢ଼ାଉରେ 60 ଜଣ ଟିମ୍ ସଦସ୍ୟ ସାମିଲ ହୋଇଥିବା ଜଣାପଡିଛି । ମଦ ଓ ପୋଚର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.