ବାଲେଶ୍ବର: ଚାଷୀଙ୍କ ପାଇଁ ଆମରଣ ଅନଶନରେ ବସିଲେ ପୂର୍ବତନ ବିଧାୟକ । ଧାନର ଉଚିତ ସହାୟକ ମୁଲ୍ୟ ମିଳୁ ନଥିବା ଅଭିଯୋଗରେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି।
ଚାଷୀଙ୍କ ଠାରୁ ତୁରନ୍ତ ନିର୍ଦ୍ଧାରିତ ମୂଲ୍ୟରେ ଧାନ କିଣା କରାଯିବା ଦାବିରେ ପୂର୍ବତନ ବିଧାୟଙ୍କ ସମେତ ନବ ନିର୍ମାଣ କୃଷକ ସଙ୍ଗଠନର ସଦସ୍ୟ ଅନଶନରେ ସାମିଲ ହୋଇଛନ୍ତି। ମିଲର, ପ୍ରଶାସନ ଓ ରାଜନେତାଙ୍କ ମଧୁଚନ୍ଦ୍ରିକାରେ ଚାଷୀଙ୍କୁ ଅବହେଳା କରାଯାଇ ଦୁର୍ନୀତି ହେଉଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ।
ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ