ETV Bharat / state

ସିମୁଳିଆରେ ଇଭିଏମ ତ୍ରୁଟି, ମଧ୍ୟରାତ୍ର ପର୍ଯ୍ୟନ୍ତ ଜାରି ରହିବ ମତଦାନ - balasore

ଇଭିଏମ ତ୍ରୁଟି ପାଇଁ ସିମୁଳିଆରେ ଜାରି ରହିଛି ମତଦାନ । ଏହି ମତଦାନ ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବା ବୋଲି ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Apr 30, 2019, 2:46 AM IST

ବାଲେଶ୍ୱର: ସୋମବାର ଥିଲା ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପର୍ବ । ଏହି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6 ଟି ଲୋକସଭା ଓ 41 ଟି ବିଧାନସଭାରେ ମତଦାନ କରାଯାଇଛି। ତେବେ ଭୋଟିଂ ସକାଳ 7 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସବୁଥରକ ପରି ଚଳିତ ଥର ମଧ୍ୟ ଆରମ୍ଭରୁ ଅନେକ ସ୍ଥାନରେ ଇଭିଏମ ଅଚଳ ଖବର ସାମ୍ନାକୁ ଆସିଥିଲା । ଯାହାଫଳରେ ଅନେକ ସ୍ଥାନରେ ଭୋଟଦାନ ବିଳମ୍ବ ହେବାସହ ମତଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ।

ସେହପରି ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀର 147 ନଂ ବୁଥରେ ମଧ୍ୟ ଇଭିଏମର ସମାନ ଅବସ୍ଥା । ଇଭିଏମରେ ତ୍ରୁଟି ଯୋଗୁଁ ରାତି ପ୍ରାୟ ସାଢେ 10ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା । ତେବେ ମତଦାନ କାର୍ଯ୍ୟକ୍ରମ ଆହୁରି 2ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଚାଲିବ ବୋଲି ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BANAJA 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.