ETV Bharat / state

ଇଞ୍ଜିନିୟରଙ୍କ ଚାଷ ନିଶା, ଚାକିରି ସହ ଜମିରେ ଫଳାଉଛନ୍ତି ତଟକା ପରିବା

author img

By

Published : Apr 23, 2023, 3:44 PM IST

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ ଉତ୍ତରଚକ ଗାଁ ଗଣନାଥ ଧିନ୍ଦାଙ୍କ ପୁଅ ଦେବେନ୍ଦ୍ର ଧିନ୍ଦା । ପେଶାରେ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ଚାଷ ତାଙ୍କର ନିଶା । ମୋଟା ଅଙ୍କର ଦରମା ପାଇ ମଧ୍ୟ ଚାଷ ପ୍ରତି ରହିଥିବା ନିଶା ତାଙ୍କୁ ଆଜି ଦେଇଛି ନୂଆ ପରିଚୟ । ଅଧିକ ପଢନ୍ତୁ

ଇଞ୍ଜିନିୟରଙ୍କ ଚାଷ ନିଶା
ଇଞ୍ଜିନିୟରଙ୍କ ଚାଷ ନିଶା
ଇଞ୍ଜିନିୟରଙ୍କ ଚାଷ ନିଶା

ବାଲେଶ୍ବର: ଇଞ୍ଜିନିୟରଙ୍କ ଚାଷ ନିଶା । ଚାକିରି ସହ ଜମିରେ ଫଳାଉଛନ୍ତି ସୁନାର ଫସଲ । ଏଭଳି ଜଣେ ପ୍ରେରଣ ଦାୟକ ଯୁବକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ବରୁଣସିଂ ପଞ୍ଚାୟତ ଉତ୍ତରଚକ ଗାଁ ଗଣନାଥ ଧିନ୍ଦାଙ୍କ ପୁଅ ଦେବେନ୍ଦ୍ର ଧିନ୍ଦା । ଚାଷ କରିବାଠାରୁ ଆରମ୍ଭ କରି ଫଳ ଫଳାଇ ତୋଳିବା ଯାଏଁ ସବୁ କାମ କରନ୍ତି ସେ । ପେଶାରେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟର ହୋଇଥିବା ବେଳେ ନିଶା ତାଙ୍କର ଚାଷ । ଯେଉଁ ଚାଷ ପାଇଁ ଆଜି ମୁଁ ବଡ଼ଲୋକ ହୋଇ ପାରିଛି ସେ ଚାଷକୁ ବା କେମିତି ଭୁଲିବି ବୋଲି ଦେବେନ୍ଦ୍ର କହିଛନ୍ତି ।

ଦେବେନ୍ଦ୍ର ଧିନ୍ଦାଙ୍କ ସଂଘର୍ଷ: ଗଣନାଥ ଚାଷ କାମ କରି ପରିବାର ଚଳାଉଥିବା ସବୁବେଳେ ଅଭାବ ଲାଗି ରହୁଥିଲା । ଧାନ ଚାଷ ସହ ଗଣନାଥ ପନି ପରିବା ମଧ୍ୟ ଚାଷ କରନ୍ତି। ସେଇଥିରୁ ଯାହା ଦୁଇ ପଇସା ମିଳେ ଦୁଃଖକଷ୍ଟେ ପରିବାର ଚଳିଯାଏ । ଏହାରି ଭିତରେ ଗଣନାଥଙ୍କ ସାନ ପୁଅ ଦେବେନ୍ଦ୍ରଙ୍କ ମାଟ୍ରିକ ପରୀକ୍ଷା ସରି ଯାଇଥାଏ। ସୋର କଲେଜରେ ଯୁକ୍ତଦୁଇ ବିଜ୍ଞାନରେ ଆଡ଼ମିଶନ ହୋଇ ସେ ଏକ ମେସରେ ରହି ପାଠପଢ଼ା ଜାରି ରଖିଥିଲେ। ଏମିତି କିଛିଦିନ ପରେ ଟଙ୍କା ପଇସା ଅଭାବ କାରଣରୁ ଦେବେନ୍ଦ୍ର ଦିନେ ମେସରୁ ବେଡିଙ୍ଗ ଧରି ଘରକୁ ପଳାଇ ଆସିଥିଲେ। ମନଦୁଃଖରେ ଦେବେନ୍ଦ୍ର ଘରେ ବସିଥିବା ବେଳେ ତାଙ୍କ ପାଖକୁ ଗାଁର ଜଣେ ସମ୍ପର୍କୀୟ ଦାଦା ନରେନ୍ଦ୍ର ମାହାନ୍ନା ତାଙ୍କୁ ବୁଝାସୁଝା କରିବା ସହ କିଛି ସହାୟତା ପ୍ରଦାନ କରିଥିଲେ । ବାସ୍‌ ସେହିଦିନ ହିଁ ଦେବେନ୍ଦ୍ରଙ୍କ ଜୀବନରେ ଥିଲା ଏକ ପରିବର୍ତ୍ତନର ଦିନ । ଯିଏ ହତୋତ୍ସାହିତ ହୋଇ ପାଠ ନପଢିବା ପାଇଁ ଘରକୁ ପଳାଇ ଆସିଥିଲେ ସେ ଆଜି ଜଣେ ସଫ୍ଟୱେର ଇଞ୍ଜିନିୟର ଭାବେ ପରିଚିତ । ସୋର କଲେଜରୁ ଯୁକ୍ତ ଦୁଇ ବିଜ୍ଞାନରେ ଦେବେନ୍ଦ୍ର ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ସମ୍ବଲପୁର ୟୁନିଭରସିଟିରେ ବିସିଏ ପଢିଥିଲେ । ସେଠାରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବ୍ରହ୍ମପୁର ୟୁନିଭରସିଟିରେ ଏମସିଏ ପଢିଥିଲେ । ସେଥିରେ ମଧ୍ୟ ଦେବେନ୍ଦ୍ର ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ଦେବେନ୍ଦ୍ର ପ୍ରଥମେ 7 ହଜାର ଟଙ୍କାରେ ଚାକିରି ଆରମ୍ଭ କରିଥିଲେ । ପରେପରେ ଦେବେନ୍ଦ୍ର ନିଜର ଅଭିଜ୍ଞତା ଓ ଅଧ୍ୟବସାୟ ବଳରେ ଆଗକୁ ଆଗକୁ ମାଡ଼ି ଚାଲିଥିଲେ । ଏବେ ସେ ଏକ ଭଲ କମ୍ପାନୀରେ ମାସକୁ 1ଲକ୍ଷ 50 ହଜାର ଟଙ୍କା ଦରମା ପାଇ ପରିବାର ସହ ବେଶ ଖୁସିରେ ଅଛନ୍ତି । ହେଲେ ଯେଉଁ ଚାଷ ପାଇଁ ଆଜି ସେ ସଫଳ ହୋଇଛନ୍ତି ତାହା ସେ ଆଜିବି ଭୁଲି ନାହାନ୍ତି ।

ଯେତେବେଳେ ବି ଚାକିରି ଜୀବନରୁ ବିରତି ମିଳେ ଦେବେନ୍ଦ୍ର ନିଜ ଘର ଓ ଗାଁ ପାଇଁ କିଛି କରିବାକୁ ଚାଲି ଆସିଥାନ୍ତି । ଦେବେନ୍ଦ୍ର ଯେବେବି ଘରକୁ ଆସନ୍ତି ବାପାଙ୍କ ସହ ମିଶି ଚାଷ କାମରେ ସହଯୋଗ କରିଥାନ୍ତି । ବର୍ଷକ 12 ମାସ ଦେବେନ୍ଦ୍ରଙ୍କ ବାପା ବିଭିନ୍ନ ପ୍ରକାର ଚାଷ କରୁଥିବା ବେଳେ ସବୁଥିରେ ଦେବେନ୍ଦ୍ର ବାପାଙ୍କୁ ସହଯୋଗ କରିବା ପାଇଁ ଅଣ୍ଟା ଭିଡ଼ିଥାନ୍ତି । କୋରୋନା ସମୟରେ କମ୍ପାନୀଗୁଡିକ ପକ୍ଷରୁ କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ଦିଆଯାଇଥିବା ବେଳେ ଦେବେନ୍ଦ୍ର ଏବେ ଘରେ ବସି ଲାପଟପରେ ନିଜର ବୃତ୍ତିଗତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ବୃତ୍ତିଗତ କାର୍ଯ୍ୟ ପରେ ବଳକା ସମୟରେ ଦେବେନ୍ଦ୍ର ମୁଣ୍ଡରେ ପଗଡ଼ି ବାନ୍ଧି ବାହାରି ଯାଆନ୍ତି କ୍ଷେତକୁ । ସେଠାରେ ବାପାଙ୍କ ସହ ସବୁ କାମରେ ସହଯୋଗ କରିବା ପରେ ପୁଣି ଘରେ ଯାହା ବି କାମ ଥାଉ ତାହା କରିଥାନ୍ତି । ଜଣେ ଇଞ୍ଜିନିୟର ଭାବେ ତାଙ୍କୁ ଗାଁ ଲୋକେ କ୍ଷେତରେ କାମ କରୁଥିବା ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି ସତ ମାତ୍ର ଯେଉଁ ଚାଷ ପାଇଁ ଆଜି ମୁଁ ବଡ଼ଲୋକ ହୋଇ ପାରିଛି ସେ ଚାଷକୁ ବା କେମିତି ଭୁଲିବି ବୋଲି କହିଛନ୍ତି ଦେବେନ୍ଦ୍ର। ଖାଲି ପାଦରେ ଦେବେନ୍ଦ୍ର ଯେମିତି ପରିବାରର ବୃତ୍ତି ଓ ନିଜର ଅତୀତକୁ ନ ଭୁଲି ମାଟି ସହ ମିଶି କାମ କରିଥାନ୍ତି ଠିକ ସେମିତି ସୁଟବୁଟ ପିନ୍ଧି ନିଜର ବୃତ୍ତିଗତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ସହ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି ଦେବେନ୍ଦ୍ର ଧିନ୍ଦା । କୃଷି କ୍ଷେତ୍ରରେ ମନୋନିବେଶ କରିବା ପାଇଁ ଯୁବପିଢିଙ୍କୁ ଏହା ପ୍ରେରଣା ଯୋଗାଇବ ନିଶ୍ଚିତ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.