ETV Bharat / state

ରେମୁଣାରେ ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ, ଉଜାଡୁଛନ୍ତି ଚାଷୀଙ୍କ ଫସଲ

author img

By

Published : Dec 26, 2020, 3:34 PM IST

ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକରେ ହାତୀ ଉପଦ୍ରବ । ନଷ୍ଟ କରୁଛନ୍ତି ଚାଷୀଙ୍କ ଫସଲ, ଗୃହପାଳିତ ପଶୁଙ୍କ ଉପରେ କରୁଛନ୍ତି ଆକ୍ରମଣ । ଅଧିକ ପଢନ୍ତୁ...

ରେମୁଣାରେ ଝାଡଖଣ୍ଡ ହାତୀଙ୍କ ଉପଦ୍ରବ, ଉଜାଡୁଛନ୍ତି ଚାଷୀଙ୍କ ଫସଲ

ବାଲେଶ୍ଵର: ଜିଲ୍ଲା ରେମୁଣା ଅଞ୍ଚଳରେ ଗଜରାଜଙ୍କ ରାଜୁତି ଦେଖିବାକୁ ମିଳିଛି । ଝାଡ଼ଖଣ୍ଡରୁ ଆସିଥିବା ହାତୀପଲ ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରୁଥିବା ଅଭିଯୋଗ ହୋଇଛି ।

ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ ଗଣ୍ଡରଦା ପଞ୍ଚାୟତ ପତୁକା ଶାସନ, ଶଙ୍କରପୁର, ବାସୁଦେବପୁର, ଦରକୋଇଲି ଆଦି ଗ୍ରାମରେ ହାତୀପଲ ଉପଦ୍ରବ କରୁଥିବାର ଦେଖିବାକୁ ମିଳୁଛି । ରାତି ହେଲେ ହାତୀପଲ ଗାଁ ଭିତରକୁ ପଶି ଫସଲ ନଷ୍ଟ କରିବା ସହ ଅମଳ ଧାନ ଖାଇଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏମିତିକି ହାତୀପଲ ଘର ଭାଙ୍ଗିବା ସହ ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ହାତୀପଲଙ୍କ ଏପରି ଉପଦ୍ରବ ଯୋଗୁଁ ସ୍ଥାନୀୟ ଲୋକେ ଏକପ୍ରକାର ଆତଙ୍କରେ ରହୁଛନ୍ତି । ତେବେ ବନ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.