ETV Bharat / state

ଉପନିର୍ବାଚନକୁ ନେଇ ପୋଲିସ ଡିଜିଙ୍କ ସମୀକ୍ଷା

ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବାଲେଶ୍ବର ଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅଧିକ ପଢନ୍ତୁ...

author img

By

Published : Oct 30, 2020, 5:38 PM IST

ଉପନିର୍ବାଚନକୁ ନେଇ ପୋଲିସ ଡିଜିଙ୍କ ସମୀକ୍ଷା
ଉପନିର୍ବାଚନକୁ ନେଇ ପୋଲିସ ଡିଜିଙ୍କ ସମୀକ୍ଷା

ବାଲେଶ୍ବର: ଉପନିର୍ବାଚନକୁ ନେଇ ପୋଲିସ ଡିଜିଙ୍କ ସମୀକ୍ଷା । ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ବାଲେଶ୍ବର ଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ 5ଜଣ ଅତିରିକ୍ତ ଏସପି, 8ଜଣ ଡିଏସପି, 22 ଜଣ ଇନ୍ସପେକ୍ଟର, 152ଜଣ ଏସସି ଓ ଏସଆଇ ସମେତ ପାଖାପାଖି 700 ଅନ୍ୟାନ୍ୟ ପୋଲିସ ଅଧିକାରୀ,9ପ୍ଲାଟୁନ୍ ସିଆରପିଏଫ, 26 ପ୍ଲାଟୁନ୍ ଓଏସଏପି, 31 ଟି ମୋବାଇଲ୍ ପାର୍ଟି ଏବଂ 10ଟି ସେକ୍ଟର ଅଫିସରଙ୍କୁ ନିୟୋଜିତ କରାଯାଇଛି।

ଉପନିର୍ବାଚନକୁ ନେଇ ପୋଲିସ ଡିଜିଙ୍କ ସମୀକ୍ଷା

ଏଥି ସହିତ ବେଆଇନ ମଦ କାରବାର କରୁଥିବା ଲୋକଙ୍କୁ ଧରପଗଡ, ଅପରାଧୀ ମାନଙ୍କୁ ଧରିବାରେ ବ୍ୟବସ୍ଥା କରାଯାଇଛି ବୋଲି ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି ଆଲୋଚନାରେ ଗୋଇନ୍ଦା ବିଭାଗ ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା, ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଯଶୋବନ୍ତ କୁମାର ଜେଠୱା, ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.