ETV Bharat / state

ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ 8 ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ - balasore traller owner killed

ବାଲେଶ୍ଵର ନାଉପାଳ ଗାଡ଼ିରେ ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କ ହତ୍ୟାକାଣ୍ଡ ପରେ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜର ବିଷୟ ହୋଇଥିଲା । ଦୁଇଦିନ ଭିତରେ ପୋଲିସ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରି 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କିଛି ଗୁଳି, ଦୁଇଟି ବନ୍ଧୁକ, ତିନୋଟି ତେଲେଙ୍ଗା କଟୁରୀ ଜବତ କରିଛି । ଅଧିକ ପଢନ୍ତୁ...

ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ 8 ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

author img

By

Published : Mar 17, 2021, 9:38 PM IST

ବାଲେଶ୍ଵର: ବାଲେଶ୍ଵର ନାଉପାଳ ଗାଡ଼ିରେ ଟ୍ରଲର ମାଲିକ ବିଜୟ ପ୍ରଧାନଙ୍କ ହତ୍ୟାକାଣ୍ଡ ପରେ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜର ବିଷୟ ହୋଇଥିଲା । ଦୁଇଦିନ ଭିତରେ ପୋଲିସ ସ୍ୱତନ୍ତ୍ର ସ୍କ୍ବାର୍ଡ ଗଠନ କରି 8 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କିଛି ଗୁଳି, ଦୁଇଟି ବନ୍ଧୁକ, ତିନୋଟି ତେଲେଙ୍ଗା କଟୁରୀ ଜବତ କରିଛି । ଏହା ପଛରେ କ’ଣ ସବୁ ରହିଥିଲା କାରଣ ତାହା ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଟ୍ରଲର ମାଲିକଙ୍କୁ ହତ୍ୟା ଘଟଣାରେ 8 ଗିରଫ, ବନ୍ଧୁକ ଓ ମାରଣାସ୍ତ୍ର ଜବତ
ଏସପିଙ୍କ ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ବିଦ୍ୟୁତ ତାର ଟାଣିବା ନେଇ ସଦର ଥାନା କେଶପୁର ଗାଁରେ ଦୁଇଜଣ ବନ୍ଧୁକ ଦେଖାଇ ଅନ୍ୟ ଗୋଷ୍ଠୀକୁ ଭୟଭୀତ କରାଇଥିଲେ । ଏହି ଘଟଣାରେ ଦୁଇ ଯୁବକଙ୍କୁ ପୋଲିସ ଗିରଫ କରିଥିଲା । ଅଭିଯୋଗକାରୀ ମୃତ ବିଜୟ ପ୍ରଧାନଙ୍କ ସମ୍ପର୍କୀୟ ହୋଇଥିବାରୁ ଏହି ହତ୍ୟାକାଣ୍ଡ ହୋଇଥିଲା । ଅନ୍ୟପଟେ ହତ୍ୟାକାଣ୍ଡ ଦିନ ଟ୍ରଲରରେ ଥିବା ଲୋକ ହତ୍ୟାକାରୀ ଗୋଷ୍ଠିଙ୍କୁ ବିଜୟଙ୍କ ଗତିବିଧି ବିଷୟରେ ଖବର ଦେଇଥିଲେ । ହତ୍ୟାକାରୀ ଗୋଷ୍ଠୀ ଟ୍ରଲର ନିକଟରେ ପହଞ୍ଚି ବିଜୟଙ୍କୁ ତେଲେଙ୍ଗା କଟୁରିରେ ଆକ୍ରମଣ କରିବା ସହ ଆଖିବୁଜା ଗୁଳି ଚାଳନା କରିଥିଲେ । ଏଥିରେ ବିଜୟଙ୍କ ମୃତ୍ୟୁ ହୋଇଥିଲା ।ଏହାପରେ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ବାର୍ଡ ହତ୍ୟାକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ପରବର୍ତ୍ତୀ ସମୟରେ ପୋଲିସ ହତ୍ୟାକାରୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ କୁଟିବାବୁ, ବବୁଲୁ, ରବି ବାରିକ, ପୁଣ୍ଡୁ, ବିଶ୍ୱଜିତ ଷେଣ୍ଢ, ବିଜୟ ଦାସ, ରାଜେନ୍ଦ୍ର ମଲ୍ଲିକ, ବୁଲବୁଲ । ଏହାପରେ ମଧ୍ୟ ହତ୍ୟାକାଣ୍ଡରେ ଆହୁରି ଅଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରିଛି ଏବଂ ଖୁବଶୀଘ୍ର ଅପରାଧୀଙ୍କୁ ଧରିବା ପାଇଁ ଯୋଜନା ଚଳାଇଛି ।ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.