ବାଲେଶ୍ବର: ଥରିଲା ବାଲେଶ୍ବର । ଆଜି (ଶୁକ୍ରବାର) ବାଲେଶ୍ବର ସହରର କିଛି ଅଂଶ ତଥା ରେମୁଣା ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏ ବାବଦରେ ସରକାରୀ ସ୍ତରରେ କିଛି ସ୍ପଷ୍ଟ ହୋଇନାହିଁ ।
ସୂଚନା ମୁତାବକ, ଆଜି ଦିନ 2 ଟାରୁ ଅଢେଇଟା ଭିତରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ପ୍ରଭାବରେ ଘରର କବାଟ ଝରକା ଦୋହଲିବା ସହ ମାଟି ଥରିଥିବା ଚର୍ଚ୍ଚା ହେଉଛି । ତେବେ ବାସ୍ତବରେ ଏହା ଭୂମିକମ୍ପ କି ଆଉ କିଛି ତାହା ଏ ଯାଏଁ ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇ ନାହିଁ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ