ETV Bharat / state

ବାଲେଶ୍ବରରେ ଜମୁଛି ଦୁର୍ଗାପୂଜା: ସାଜସଜ୍ଜା ସାଙ୍ଗକୁ ଆକର୍ଷଣୀୟ ତୋରଣ - ଟ୍ରାଫିକ ନିୟନ୍ତ୍ରଣ

ବାଲେଶ୍ବରରେ ସମୁଦାୟ 73ଟି ମେଢ଼ ହୋଇଥିବାବେଳେ ବିଭିନ୍ନ ମଣ୍ଡପରେ ପୂଜାର ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି ।

ବାଲେଶ୍ବରରେ ଜମିଲାଣି ଦୁର୍ଗାପୂଜା, ବାଧକ ସାଜିପାରେ ବର୍ଷା
author img

By

Published : Oct 5, 2019, 2:13 PM IST

ବାଲେଶ୍ବର: ଜିଲ୍ଲାରେ ମହାସମାରୋହରେ ଚାଲିଛି ମା' ଦୁର୍ଗାଙ୍କ ମହା ସପ୍ତମୀ ପୂଜା । ମା'ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଜମିଲାଣି ଭିଡ଼ । ଆସନ୍ତାକାଲି(ରବିବାର) ମହାଅଷ୍ଟମୀ ପୂଜା ଥିବାବେଳେ ବ୍ରତୀମାନେ ଆଜି(ଶନିବାର)ଠାରୁ ଫଳ ଦୋକାନରେ ଭିଡ ଲଗାଇଛନ୍ତି ।

ତେବେ ବାଲେଶ୍ବରରେ ସମୁଦାୟ 73ଟି ମେଢ଼ ହୋଇଥିବାବେଳେ ବିଭିନ୍ନ ମଣ୍ଡପରେ ପୂଜାର ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି । ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରିଥିବା ଜଣାପଡିଛି । ସେହିପରି 2ଜଣ ଅତିରିକ୍ତ ଏସ୍‌ପି, 6ଜଣ ଡିଏସ୍‌ପି, 14 ଜଣ ଇନ୍ସପେକ୍ଟର, 75 ଜଣ ଏସ୍‌ଆଇ ଓ ଏଏସ୍‌ଆଇ, 14 ପ୍ଲାଟୁନ ଫୋର୍ସ ପୂଜା ପାଇଁ ନିୟୋଜିତ ହୋଇଛନ୍ତି । ଏହାସହ 250 ଜଣ ଗୃହରକ୍ଷୀ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଛନ୍ତି ।

ବାଲେଶ୍ବରରେ ଜମିଲାଣି ଦୁର୍ଗାପୂଜା, ବାଧକ ସାଜିପାରେ ବର୍ଷା

ଗୋଟିଏପଟେ ପୂଜାବଜାର ସରଗରମ ଥିବାବେଳେ ବାଲେଶ୍ବରରେ ବର୍ଷା ଲୋକଙ୍କ ମନୋରଞ୍ଜନରେ ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱରରେ ମା ଦୁର୍ଗାଙ୍କ ମହା ସପ୍ତମୀ ପୂଜା ମହା ସମାରୋହରେ ଚାଲିଛି। ଲୋକମାନେ ମଧ୍ୟ ମାଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭିଡ଼ ଜମାଇଲେଣି। ଆସନ୍ତା କାଲି ମହା ଅଷ୍ଟମୀ ପୂଜା ଥିବା ବେଳେ ବ୍ରତୀମାନେ ଆଜି ବଜାର ସଉଦା କରିବା ଦେଖିବାକୁ ମିଳିଛି।

Body:ବାଲେଶ୍ୱରରେ ସମୁଦାୟ 73 ଟି ମେଢ଼ ହୋଇଥିବା ବେଳେ ବିଭିନ୍ନ ମଣ୍ଡପରେ ପୂଜାର ସାଜସଜ୍ଜା ବେଶ ଆକର୍ଷଣୀୟ ହୋଇଛି। ଲୋକମାନେ ମହା ଅଷ୍ଟମୀ ପାଇଁ ପୂଜା ଡାଲା ସାଙ୍ଗକୁ ଫଳ ବଜାରରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି। ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରିଥିବା ଜଣାପଡିଛି। 2ଜଣ ଅତିରିକ୍ତ ଏସପି, 6ଜଣ ଡିଏସପି, 14 ଜଣ ଇନସିପେକ୍ଟର, 75 ଜଣ ଏସଆଇ ଓ ଏଏସଆଇ, 14 ପ୍ଲାଟୁନ ଫୋର୍ସ ପୂଜା ପାଇଁ ନିୟୋଜିତ ହୋଇଛନ୍ତି। ଏହାସହ 250 ଜଣ ଗୃହରକ୍ଷୀ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିବା ଜଣାପଡିଛି।

Conclusion:ତେବେ ବାଲେଶ୍ୱରରେ ପୂଜା ଜମିବାକୁ ଥିବା ବେଳେ ବର୍ଷା ଲୋକଙ୍କ ମନୋରଞ୍ଜନରେ ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି। ଏବେବି ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ପୂଜା ଫିକା ପଡିଯିବକି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.