ETV Bharat / state

ଅଚଳ ଏଟିଏମର କାର୍ଯ୍ୟକ୍ଷମ ନେଇ ଆନ୍ଦୋଳନର ଚେତାବନୀ ଦେଲେ ଗ୍ରାହକ

ବାଲେଶ୍ବର ଜିଲ୍ଲା ସିଂଲ ଥାନା ଅଞ୍ଚଳରେ ବନ୍ଦ ହୋଇପଡିଛି ଏଟିଏମ ସେବା । ଏଟିଏମ ଲୁଟର ଦୀର୍ଘ ଦିନ ପରେ ମଧ୍ୟ କାର୍ଯ୍ୟକ୍ଷମ ନ ହେବାରୁ ଶେଷରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାହକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 11, 2019, 1:54 PM IST

ବାଲେଶ୍ୱର: ଏଟିଏମ ସେବାକୁ ନେଇ ହନ୍ତସନ୍ତ ବାଲେଶ୍ବର ଜିଲ୍ଲା ସିଂଲ ଥାନା ଅଞ୍ଚଳବାସୀ । ଦୀର୍ଘ ଦିନ ଧରି ଅଚଳ ପଡିରହିଛି ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ । ତେଣେ ଖରାତରାରେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି ଗ୍ରାହକ । ତେଣୁ ଏହାର ତୁରନ୍ତ କାର୍ଯ୍ୟକ୍ଷମ କରିବା ନହେଲେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାହକ ।

ଉଚ୍ଚ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତା ଯୋଗୁଁ ଏଟିଏମ କାର୍ଯ୍ୟକ୍ଷମ ହୋଇପାରୁନଥିବା ଅଭିଯୋଗ ଆଣିଛନ୍ତି ଗ୍ରାହକ । ଆଉ ଯଦି ଏକ ସପ୍ତାହ ଭିତରେ ଏଟିଏମ୍ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଉଛି । ଏଥିସହିତ ରାତ୍ରି ଜଗୁଆଳ ବ୍ୟବସ୍ଥା କରାନଗଲେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁଯାୟୀ, ଗତ ମାର୍ଚ୍ଚ 18ରେ ସିଂଲା ଥାନା ଭାରତୀୟ ଷ୍ଟେଟବ୍ୟାଙ୍କ କାଣ୍ଡଗା ଶାଖାରୁ କିଛି ଦୁର୍ବୃତ୍ତ ଏଟିଏମ ଲୁଟ କରିଥିଲେ । ଘଟଣାକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ହୋଇପାରିନାହିଁ କାର୍ଯ୍ୟକ୍ଷମ । ଆଉ ପ୍ରତ୍ୟେକଙ୍କ ଟଙ୍କା ଆବଶ୍ୟକ ହେଉଥିବା ବେଳେ ପ୍ରଚଣ୍ଡ ଖରାରେ ଆସି ନିରାଶ ହେବାକୁ ପଡୁଛି । ସେପଟେ, ଏଟିଏମ ସେବା ପାଇଁ ବ୍ୟାଙ୍କ ବାର୍ଷିକ 150 ଟଙ୍କା ନେଉଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ କିନ୍ତୁ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି।

ସେପଟେ, ଏନେଇ ବ୍ୟାଙ୍କ ମ୍ୟାନେଜରଙ୍କୁ ପଚାରିବାରୁ ଖୁବ ଶୀଘ୍ର ଏଟିଏମ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ଅଚଳ ଏଟିଏମ କାର୍ଯ୍ୟକ୍ଷମ ନ ହେଲେ ଆନ୍ଦୋଳନ ଚେତାବନୀ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 11/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ ଏକ  ଅଚଳ ଏଟିଏମ ତୁରନ୍ତ କାର୍ଯ୍ୟକ୍ଷମ ନହେଲେ ଗ୍ରାହକମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଗ୍ରାହକଙ୍କୁ ବ୍ୟାକିଂ ସେବା ଯୋଗାଇବାରେ ଭାରତୀୟ ଷ୍ଟେଟବ୍ୟାଙ୍କ ବିଫଳ।  ସୂଚନା  ଅନୁଯାୟୀ ମାର୍ଚ୍ଚ 18 ତାରିଖ ସିଂଲା ଥାନା ଭାରତୀୟ ଷ୍ଟେଟବ୍ୟାଙ୍କ କାଣ୍ଡଗା ଶାଖାରୁ ଦୁର୍ବୁତ୍ତମାନେ ଏଟିଏମ ଲୁଟ କରିଥିଲେ।ଘଟଣାକୁ ଦୀର୍ଘଦିନ ବିତିଥିଲେ ବି ଆଜି ପର୍ଯ୍ୟନ୍ତ ଏଟିଏମ ପୁନଃପ୍ରଚଳନ ହୋଇପାରି ନାହିଁ। ଅନ୍ୟପଟେ ବର୍ତ୍ତମାନ ଧାନ ଅମଳ ର ସମୟ ଥିବାରୁ  ପ୍ରତେକଙ୍କ ଟଙ୍କା ଆବଶ୍ୟକ ହେଉଥିବାରୁ ପ୍ରଚଣ୍ଡ ଖରାରେ  ଏଟିଏମ କୁ ଆସି ନିରାଷ୍ ହେଉଛନ୍ତି ଗ୍ରାହକ। ଉଚ୍ଚ କର୍ତ୍ତୃପକ୍ଷ ଙ୍କ  ଦାଇତ୍ୱ ହୀନତା ପାଇଁ ଏଟିଏମ କାର୍ଯ୍ୟକ୍ଷମ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ବ୍ୟାଙ୍କରେ ନାହିଁ ନଥିବା ଭିଡ଼ ଜମୁଛି ।ଏଟିଏମ ସେବା ବାବଦରେ  ବ୍ୟାଙ୍କ ପକ୍ଷରୁ ବାର୍ଷିକ 150 ଟଙ୍କା ଆକାଉଣ୍ଟ ରୁ କାଟି ନେଉଥିବା ବେଳେ, ଉଚ୍ଚ କର୍ତ୍ତୃପକ୍ଷ  ଏଟିଏମ ସେବା ଯୋଗାଇବାରେ ବିଫଳ। ସାଧାରଣରେ ବଡୁଛି ଚାପା ଉତେଜନା।ଯଦି ଏକ ସପ୍ତାହ ଭିତରେ ଏଟିଏମ୍ କାର୍ଯ୍ୟକ୍ଷମ ସହିତ ରାତ୍ରି ଜଗୁଆଲ ବ୍ୟବସ୍ଥା କରା ନଯାଏ  ତାହେଲେ ବ୍ୟାଙ୍କ ସମ୍ମୁଖ ରେ ଧାରଣା ଦେବାର  ଚେତାବନୀ ଦେଲେ ଗ୍ରାହକ। ତେବେ ଏବାବଦରେ ବ୍ୟାଙ୍କ ମ୍ୟାନେଜର ଙ୍କୁ ପଚାରିବାରୁ  ଖୁବ ଶୀଘ୍ର ଏଟିଏମ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.