ETV Bharat / state

ମୃତ ଶିଶୁକନ୍ୟାକୁ ଝୁଣି ଖାଇଲା କୁକୁର - eat

ବାଲେଶ୍ୱର ଜିଲ୍ଲାର ସୋର ମେଡିକାଲରେ ଘଟିଛି ଏକ ଅଭାବନୀୟ ଘଟଣା । ମୃତ ଶିଶୁକନ୍ୟାକୁ ଝୁଣି ଖାଇଛି କୁକୁର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Jun 6, 2019, 11:23 AM IST

ବାଲେଶ୍ୱର: ଜିଲ୍ଲାର ସୋର ମେଡିକାଲ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଏକ ମୃତ ଶିଶୁକନ୍ୟାକୁ କୁକୁର ଝୁଣି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ସୋର ମେଡିକାଲ ପରିସରରେ କେହି ଜଣେ ଏକ ମୃତ ଶିଶୁକନ୍ୟାକୁ ଫିଙ୍ଗି ଦେଇଥିଲେ। ଉକ୍ତ ଶିଶୁଟିକୁ କୁକୁର ଝୁଣି ଖାଉଥିବାର ଦେଖି ସ୍ଥାନୀୟ ଲୋକେ କୁକୁରକୁ ଘଉଡାଇବା ସହ ସୋର ପୋଲିସକୁ ଖବର ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ଏହାପରେ, ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ସୋର ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, 15 ଦିନ ହେବ ସୋର ମେଡିକାଲରେ କୌଣସି ପ୍ରସବ ହୋଇନାହିଁ। ମୃତ ଶିଶୁକୁ କେହି ବାହାରୁ ଆଣି ମେଡିକାଲ ପରିସରରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ନବଜାତ ଶିଶୁକୁ ଝୁଣି ଖାଇଲା କୁକୁର
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 6/06/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ସୋର ମେଡିକାଲ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ନବଜାତ ଶିଶୁକନ୍ୟାକୁ କୁକୁର ଝୁଣିଝୁଣି ଖାଉଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ସୋର ମେଡିକାଲ ପରିସରରେ କେହି ଜଣେ ଏକ ନବଜାତ ଶିଶୁକନ୍ୟାକୁ ଫିଙ୍ଗିଦେଇଥିଲେ। କୁକୁର ପଲ ଉକ୍ତ ନବଜାତକୁ ଝୁଣି ଖାଉଥିବା ଲୋକମାନେ ଦେଖି କୁକୁରମାନଙ୍କୁ ଗୋଡ଼ାଇଥିଲେ। ସୋର ପୋଲିସକୁ ଖବର ଦେବାପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପଟେ ସୋର ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ 15 ଦିନ ହେବ ସୋର ମେଡିକାଲରେ କୌଣସି ପ୍ରସବ ହୋଇନାହିଁ। ନବଜାତକକୁ କେହି ବାହାରୁ ଆଣି ମେଡିକାଲ ପରିସରରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଏମିତି ବାରମ୍ବାର ନବଜାତକ ମାନେ ଅଲୋଡ଼ା ହେଉଥିବା ବେଳେ ସରକାରୀ ନାରା ସବୁ ପ୍ରହସନ ପରି ମନେ ହେଉଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.