ETV Bharat / state

ଡାକ୍ତର ପଦବୀ ପୂରଣ ଓ ଆୟୁର୍ବେଦିକ ମେଡିକାଲ ଖୋଲିବାକୁ ଜୋର ଧରିଲା ଦାବି - ବାଲେଶ୍ବର ଖବର

ସରକାରୀ ମେଡିକାଲ୍ କଲେଜ ଓ ହସପିଟାଲ୍ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ମିଳନୀ । ସମ୍ମିଳନୀର ପ୍ରଥମ ଅଧିବେଶନକୁ ଉଦଘାଟନ କଲେ ହସ୍ପିଟାଲର ଅଧ୍ୟକ୍ଷ । ଅଧିକ ପଢ଼ନ୍ତୁ

Conference of Government Medical College and Hospital
ସରକାରୀ ମେଡିକାଲ୍ କଲେଜ ଓ ହସପିଟାଲ୍ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ମିଳନୀ
author img

By

Published : Dec 25, 2022, 1:01 PM IST

ବାଲେଶ୍ବର: ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇଦେବା ଦାବିରେ ଗତ ୨୦୦୫ ମସିହାରେ ପ୍ରତିଷ୍ଠିତ ସରକାରୀ ମେଡିକାଲ୍ କଲେଜ ଓ ହସପିଟାଲ୍ କ୍ରିୟାନୁଷ୍ଠାନ କମିଟିର ସପ୍ତଦଶ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳନୀର ପ୍ରଥମ ଅଧିବେଶନକୁ ଫକୀରମୋହନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଅଧ୍ୟକ୍ଷ ଡା. ରାମଚନ୍ଦ୍ର ଗିରି ଓ ଜିଲ୍ଲା ପରିଷଦର ସଭାପତି ତଥା ଅଭ୍ୟର୍ଥନା କମିଟିର ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଥିଲେ ।

ବାଲେଶ୍ଵର ସଦର ବିଧାୟକ ସ୍ଵରୂପ ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ପୌରାଧ୍ୟକ୍ଷା ସବିତା ସାହୁ ପ୍ରମୁଖ ଏଥିରେ ଯୋଗଦେଇ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କ ପ୍ରଚେଷ୍ଠାକୁ ପ୍ରଶଂସା କରିଥିଲେ । ଏହି ଅବସରରେ କ୍ରିୟାନୁଷ୍ଠାନ କମିଟିର ପୃଷ୍ଠପୋଷକ ସଦସ୍ୟମାନଙ୍କୁ ପ୍ରମାଣପତ୍ର ଦେଇ ମଞ୍ଚରେ ସମ୍ମାନିତ କରାଯାଇଥିଲା ।

ଏହାସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଃସ୍ୱାର୍ଥପର ସେବା ପ୍ରଦାନ କରିଥିବା ଡାକ୍ତର ମୀରା ପତି, ଡା. ସୁକାନ୍ତ କୁମାର ସାହୁ, ସ୍ଵାସ୍ଥ୍ୟକର୍ମୀ ରମାକାନ୍ତ କର ଓ ନର୍ସ ପୁଷ୍ପିତା ମହାନ୍ତିଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାବାସୀଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ପ୍ରଦାନ ପାଇଁ ହୃଦରୋଗ, ସ୍ନାୟୁରୋଗ ଓ ମୁତ୍ରାଶୟ ଜନିତ ରୋଗର ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସହ ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ଦାବି କରାଯାଇଥିଲା ।

ଏମ୍ସ ସାଟେଲାଇଟ୍‌ ସେଣ୍ଟରକୁ କାର୍ଯ୍ୟକ୍ଷମ କରିବା, ୭ଦିନ ବହିର୍ବିଭାଗ ଖୋଲା ରଖିବା, ନସିଂ ଓ ଫାର୍ମାସିଷ୍ଟ୍ କଲେଜ ଏବଂ ଆୟୁଷ ହସପିଟାଲର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା, ବାଲେଶ୍ଵରରେ ଆୟୁର୍ବେଦିକ ମେଡିକାଲ୍ କଲେଜ୍‌ ପ୍ରତିଷ୍ଠା କରିବା ଭଳି ଦାବି ଉଠିଥିଲା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.