ବାଲେଶ୍ବର: ଟାଟା ପାୱାର ଦାୟିତ୍ବ ନେବା ପର ଠାରୁ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାୱାର କଟ୍ ବଢି ଯାଇଛି । ଫଳରେ ବିଦ୍ୟୁତ କାଟକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖିବାକୁ ମିଳିଛି ।
ବିଦ୍ୟୁତ କାଟକୁ ନେଇ ଜିଲ୍ଲାର କିଛି ସ୍ଥାନରେ ଲୋକମାନେ ଧାରଣା ଦେବା ସହିତ ଘେରାଉ ମଧ୍ୟ କରୁଛନ୍ତି । ଖାଲି ଗାଁ ଗହଳି ନୁହେଁ ସହରରେ ମଧ୍ୟ ଦିନ ମଧ୍ୟରେ ମାତ୍ର କେଇ ଘଣ୍ଟା ବିଦ୍ୟୁତ ମିଳୁଛି । ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ପ୍ରବଳ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ବିଦ୍ୟୁତ କାଟ ସମ୍ପର୍କରେ ଅଧିକାରୀମାନେ ମଧ୍ୟ ଉପଯୁକ୍ତ ଉତ୍ତର ନ ରଖୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ