ବାଲେଶ୍ବର: ବିଶିଷ୍ଟ ସାହିତ୍ୟିକ ଡ. ମନୋଜ ଦାସଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି। ଏନେଇ ପାଠକ ମହଲରେ ଦୁଃଖ ପ୍ରକାଶ ପାଇଛି। ପାଠକମାନଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମନୋଜ ଦାସଙ୍କୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଦାବି ହୋଇଛି। ବର୍ତ୍ତମାନ ମନୋଜ ଦାସ ଯେଉଁଠି ଚିକିତ୍ସିତ ହେଉଛନ୍ତି ସେଠାରେ ତାଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉନାହିଁ ବୋଲି ଅଭିଯୋଗ ହୋଇଛି।
ସେ ରାଜ୍ୟ ତଥା ଦେଶ ପାଇଁ ଗୌରବ ହୋଇଥିବାରୁ ତାଙ୍କୁ ସମସ୍ତ ପ୍ରକାରର ସେବା ଯୋଗାଇଦେବାର ବନ୍ଦୋବସ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର କରିବାର ଆଵଶ୍ୟକତା ରହିଛି ବୋଲି କୁହାଯାଇଛି। ଏଥିପାଇଁ ସରକାର ତତ୍ପରତା ପ୍ରକାଶ କରି ମନୋଜ ଦାସଙ୍କ ଚିକିତ୍ସା ବ୍ୟବସ୍ଥା ଭଲ ହସ୍ପିଟାଲରେ କରାଇବା ପାଇଁ ଦାବି ହୋଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ