ETV Bharat / state

ବାଲେଶ୍ବର: ଜଙ୍ଗଲରୁ ଗଳିତ ଶବ ଉଦ୍ଧାର - ବାଲେଶ୍ବର ଅପରାଧ

ଜଳେଶ୍ବର ରାଇବଣିଆରେ ଚାଞ୍ଚଲ୍ୟ । ପ୍ରସାଦଶୂଳ ଜଙ୍ଗଲରୁ ଉଦ୍ଧାର ହୋଇଛି ଏକ ଗଳିତ ମୃତଦେହ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 14, 2019, 4:41 PM IST

ବାଲେଶ୍ବର: ଜଳେଶ୍ବର ଅଞ୍ଚଳରେ ଥିବା ଜଙ୍ଗଲ ଭିତରୁ ଉଦ୍ଧାର ହୋଇଛି ଜଣେ ଯୁବକର ଗଳିତ ମୃତଦେହ । ରାଇବଣିଆ ଥାନା ଅଧିନ ପ୍ରସାଦଶୂଳ ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମାଟି ତଳୁ ପୋଲିସ ଶବକୁ ବାହାର କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଆଜି ସକାଳେ ଗୋରୁ ଚରାଳି ଜଙ୍ଗଲରେ ଗୋରୁ ଚରାଇବାକୁ ଯାଇଥିଲେ । ସେଠାରେ ଏକ ମୃତଦେହ ପୋତା ହୋଇଥିବା ଦେଖି ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ତେବେ ମୃତଦେହଟି ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଅଞ୍ଚଳର କିଆଖାଳି ଗାଁର ଶଙ୍କର ବାରିକ ବୋଲି ଜଣାପଡିଛି । ଯୁବକଙ୍କୁ କେଉଁ ପରିସ୍ଥିତିରେ ସେଠାରେ ପୋତାଗଲା ସେ ବିଷୟରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏହା ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାରମ୍ଭିକ ସ୍ତରରେ ସନ୍ଦେହ କରୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଅଞ୍ଚଳର ଜଙ୍ଗଲ ଭିତରୁ ଜଣେ ଯୁବକର ଗଳିତ ଶବ ଉଦ୍ଧାର କରାଯାଇଥିବା ଜଣାପଡିଛି।

Body:ରାଇବାଣିଆ ଥାନା ଅଧିନ ପ୍ରସାଦଶୂଳ ଜଙ୍ଗଲରୁ ଯୁବକଙ୍କ ମୃତ ଦେହ ମାଟି ତଳୁ ଉଦ୍ଧାର ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଆଜି ସକାଳେ ଗୋରୁ ଚରାଳି ମାନେ ଜଙ୍ଗଲରେ ଗୋରୁ ଚରାଇବା ପାଇଁ ଯାଇଥିଲେ। ସେଠାରେ ଏକ ମୃତଦେହ ପୋତା ହୋଇଥିବା ଦେଖି ସେମାନେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିଛି। ଉଦ୍ଧାର ମୃତଦେହଟି ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଅଞ୍ଚଳ ର କିଆଖାଳି ଗାଁର ଶଙ୍କର ବାରିକ ବୋଲି ଜଣାପଡିଛି। ତେବେ ଯୁବକଙ୍କୁ କେଉଁ ପରିସ୍ଥିତିରେ ସେଠାରେ ପୋତାଗଲା ସେ ବିଷୟରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.