ବାଲେଶ୍ବର: ଷ୍ଟେସନ ନିକଟ ରେଳୱେ କଲୋନୀ ପଛପଟ ପରିତ୍ୟକ୍ତ ଗୃହ ନିକଟରେ ଜଣେ ଯୁବତୀଙ୍କ ଉଲଗ୍ନ ମୃତଦେହ ଠାବ ହୋଇଛି । ଯୁବତୀଙ୍କ ମୃତଦେହ ବେକରେ ଲୁଗା ଗୁଡାଯାଇଥିବା ଦେଖିବାକୁ ମିଳିଛି । ତେବେ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ନଥିବାବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଦୁଷ୍କର୍ମ ଓ ହତ୍ୟା ବୋଲି ସନ୍ଦେହ କରାଯାଉଛି ।
ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ରେଳବାଇର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ପୋଲିସ କହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ