ETV Bharat / state

ଚାଲିଗଲା ବାତ୍ୟା, ଛାଡିଗଲା ଚିହ୍ନ

author img

By

Published : May 27, 2021, 8:35 PM IST

Updated : May 27, 2021, 11:01 PM IST

ବାଲେଶ୍ଵରରେ ବାତ୍ୟା ୟସ ତାଣ୍ଡବ ରଚି ଯାଇଛି । ବାତ୍ୟା ଚାଲିଯାଇଛି ହେଲେ ଛାଡି ଯାଇଛି ଅନେକ ଯାତନା । ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏବେ ପ୍ରଶାସନିକସ୍ତରରେ ପୁନରୁର୍ଦ୍ଧାର କାର୍ଯ୍ୟ ଚାଲିଛି । ଅଧିକ ପଢନ୍ତୁ...

ଚାଲିଗଲା ବାତ୍ୟା, ଛାଡ଼ିଗଲା ଚିହ୍ନ
ଚାଲିଗଲା ବାତ୍ୟା, ଛାଡ଼ିଗଲା ଚିହ୍ନ

ବାଲେଶ୍ଵର: ବାଲେଶ୍ଵରରେ ବାତ୍ୟା ୟସ ତାଣ୍ଡବ ରଚି ଯାଇଛି । ବାତ୍ୟା ଚାଲିଯାଇଛି ହେଲେ ଛାଡି ଯାଇଛି ଅନେକ ଯାତନା । ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଏବେ ପ୍ରଶାସନିକସ୍ତରରେ ପୁନରୁର୍ଦ୍ଧାର କାର୍ଯ୍ୟ ଚାଲିଛି ।

ବାଲେଶ୍ଵରରେ ବାତ୍ୟା ୟସ ତାଣ୍ଡବ ରଚି ଯାଇଛି
ବାତ୍ୟା ୟାସ 26 ତାରିଖରେ ବାହାନଗା ବରଜ ଦେଉଳି ନିକଟରେ ଲ୍ୟାଣ୍ଡଫଲ କରିବା ପରେ ସମଗ୍ର ଅଞ୍ଚଳରେ ପବନର ବେଗ ବଢିଥିଲା । ପରେ ବାହାନଗା, ଖରାସାହାପୁର, ଆଲଦା, ଅଭଣା, ଅନନ୍ତପୁର, ପାଖର ଭଳି ଅଞ୍ଚଳରେ ତାଣ୍ଡବ ରଚିଥିଲା । ବଶେଷ କରି ସମୁଦ୍ର କୂଳିଆ ଅଞ୍ଚଳ ଗୁଡିକରେ ବିଦ୍ୟୁତ ଖୁଣ୍ଟ, ଗଛ ଉପୁଡି ଲୋକଙ୍କ ଘର ଉପରେ ପଡିଛି । ଯାହାଦ୍ୱାରା ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି ।

ସେହିପରି ଅଶାନ୍ତ ସମୁଦ୍ରର ଜୁଆର ସମତଳ ଆଡକୁ ମାଡି ଆସିବାରୁ ଚାଷ ଜମିରେ ଲୁଣାପାଣି ମାଡି ଯାଇଛି । ତାଳସାରି ସମୁଦ୍ର କୂଳରେ ଥିବା ଦୋକାନ ଗୁଡିକ ଜୁଆରରେ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଭୋଗରାଇ, ବାଲିଆପାଳ ଅଞ୍ଚଳରେ ପାଣି ପଶିଥିବା ସାମ୍ନାକୁ ଆସିଥିଲା । ସେହିପରି ଖଇରା ବ୍ଲକର ବିଭିନ୍ନ ଅଞ୍ଚଳରେ ପାଣି ପଶି ଜନଜୀବନ ବେହାଲ ହୋଇଛି । ବ୍ଲକର ଚକ ମହାସମପୁର ରାସ୍ତା ଧୋଇଯିବା ଫଳରେ ଗମନାଗମନ ଠପ ହୋଇଛି । ଗୋବିନ୍ଦପୁରରୁ କେନ୍ଦୁଗଡ଼ିଆ ରାସ୍ତାକୁ ମଧ୍ୟ ପାଣି ଧୋଇ ନେଇଛି ।

ଖଇରା ବଜାରରେ ଥିବା ଅନେକ ଦୋକାନ ଭିତରେ ପାଣି ପଶିଯାଇଥିଲା । ଔପଦା ବ୍ଲକରେ ମଧ୍ୟ ବାତ୍ୟା ତାଣ୍ଡବ ରଚିଥିଲା । ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହିକ ବନ୍ୟା ହୋଇଥିବା ଦେଖିବାକୁ ମିଳିଛି । ସେହିପରି ନୀଳଗିରି ଅଞ୍ଚଳରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟାଇଛି ୟାସ । 86ଟି ଗାଁ ବିଶେଷ ଭାବେ ବନ୍ୟା ପାଣି ଦ୍ୱାରା ପ୍ରଭାବିତ ହୋଇଥିବା ଚିହ୍ନଟ କରାଯାଇଛି । ସେହିପରି ଲୁଣାପାଣି ମାଡିଥିବା ଅଞ୍ଚଳରେ ରୋଗ ଭୟର ଆଶଙ୍କା କରି ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି ।

ବର୍ତ୍ତମାନ ପ୍ରଶାସନିକ ସ୍ତରରେ କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ସ୍ୱତନ୍ତ୍ର ଭାବେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାତ୍ୟା ସମୀକ୍ଷା କରିଛନ୍ତି । ବାଲେଶ୍ଵର ସଦର ଅଞ୍ଚଳର ବିଭିନ୍ନ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଉପରେ ଧ୍ୟାନ ଦେଇଛନ୍ତି । ବିଜେଡିର ସାଂଗଠନିକ ମୁଖ୍ୟ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର ବାତ୍ୟା ପରର ସ୍ଥିତି ସମୀକ୍ଷା କରିଛନ୍ତି । ବର୍ତ୍ତମାନ ସୁଦ୍ଧା କିଛି ଅଞ୍ଚଳରେ ବିଦ୍ୟୁତ ସରାବରାହ ବିଚ୍ଛିନ୍ନ ହୋଇ ରହିଛି ।

ରାସ୍ତା ଉପରୁ ଗଛ ହଟାଇ ଦିଆଯାଇଛି । ଉପୁଡିଥିବା ବିଦ୍ୟୁତ ଖୁଣ୍ଟ ଓ ମରାମତି ପାଇଁ 2 ହଜାର କର୍ମଚାରୀ ନିୟୋଜିତ ହୋଇଥିବା ଜଣାପଡିଛି । ତୁରନ୍ତ କେମିତି ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚି ପାରିବ ସେନେଇ ଦୃଷ୍ଟି ଦିଆଯାଇଛି । ସୋର, ବାହାନଗା, ରେମୁଣା, ବାଲିଆପାଳ, ସଦର ଓ ଭୋଗରାଇ ବ୍ଲକ ବେଶୀ ପ୍ରଭାବିତ ହୋଇଥିବା ପ୍ରଶାସନିକସ୍ତରରେ ଆକଳନ କରାଯାଇ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କୁ ସହଯୋଗ କରାଯାଉଛି । ଲୋକଙ୍କ ପାଖରେ ପାନୀୟ ଜଳ ବ୍ୟବସ୍ଥା କରିବା, ବିପନ୍ନଙ୍କୁ ଚିହ୍ନଟ କରି ସହଯୋଗ ଯୋଗାଇବା ଭଳି କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି । ସମସ୍ତ କ୍ଷୟକ୍ଷତିର ଆକଳନ କରାଯାଇ ରିପୋର୍ଟ ପ୍ରଦାନ କରାଯିବ । ତେବେ 7 ଦିନ ଭିତରେ ଜିଲ୍ଲାର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 27, 2021, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.