ETV Bharat / state

ଲୋକଙ୍କ ପାଖରେ ସୁବିଧା ପହଞ୍ଚାଇବ ସିଏସସି ଇ-ଗଭର୍ଣ୍ଣାନ୍ସ - ବାଲେଶ୍ବର ତହସିଲଦାର ଖବର

ବାଲେଶ୍ବର ସହରର ଚୁନଭାଟି ଲେନ ଅଞ୍ଚଳରେ ସିଏସସି ଇ ଗଭର୍ଣ୍ଣାନ୍ସର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଓ ଆଧାର ସେବାକେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଦର ତହସିଲଦାର ପଞ୍ଚାନନ ପାତ୍ର ଯୋଗଦେଇ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ଲୋକଙ୍କ ପାଖରେ ସୁବିଧା ପହଞ୍ଚାଇବ ସିଏସସି ଇ ଗଭର୍ଣ୍ଣାନ୍ସ

author img

By

Published : Sep 13, 2020, 8:00 PM IST

ବାଲେଶ୍ଵର: ଲୋକଙ୍କ ପାଖରେ ସୁବିଧା ପହଞ୍ଚାଇବ ସିଏସସି ଇ ଗଭର୍ଣ୍ଣାନ୍ସ । ବାଲେଶ୍ବର ସହରର ଚୁନଭାଟି ଲେନ ଅଞ୍ଚଳରେ ସିଏସସି ଇ ଗଭର୍ଣ୍ଣାନ୍ସର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଓ ଆଧାର ସେବାକେନ୍ଦ୍ର ଉଦଘାଟିତ ହୋଇଯାଇଛି।

ଲୋକଙ୍କ ପାଖରେ ସୁବିଧା ପହଞ୍ଚାଇବ ସିଏସସି ଇ ଗଭର୍ଣ୍ଣାନ୍ସ

ଲୋକଙ୍କ ପାଖରେ ସରକାରୀ ଯୋଜନା ତଥା ସୁବିଧାଜନକ ଭାବେ ସମସ୍ତ ସେବା ଯୋଗାଇଦେବା ପାଇଁ ଜନସେବା କେନ୍ଦ୍ର ଖୋଲାଯାଇଛି। ବିଭିନ୍ନ ପଞ୍ଚାୟତ ସ୍ତରରେ ଜନସେବା କେନ୍ଦ୍ର ମାଧ୍ୟମରେ ଗ୍ରାମାଞ୍ଚଳ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଇ ଆସୁଛି। ଜିଲ୍ଲା କାର୍ଯ୍ୟାଳୟରେ ସିଧାସଳଖ ଭାବେ ଲୋକଙ୍କ ପାଖରେ ସରକାରୀ ସ୍ତରରେ ଆସୁଥିବା ବିଭିନ୍ନ ସୁବିଧା ପହଞ୍ଚାଇବାର ବନ୍ଦୋବସ୍ତ କରାଯିବ। ଏହା ସହ ଆଧାର କାର୍ଡ ଜନିତ ବିଭିନ୍ନ ସମସ୍ୟାର ମଧ୍ୟ ସମାଧାନ କରାଯିବ। ଏହି କାର୍ଯ୍ୟକ୍ରମରେ ସଦର ତହସିଲଦାର ପଞ୍ଚାନନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।

ଏହା ଦ୍ବାରା ଜିଲ୍ଲାର 12ଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା 400 ରୁ ଉର୍ଦ୍ଦ୍ବ ଜନସେବା କେନ୍ଦ୍ରର ପରିଚାଳକ ମାନେ ସିଧାସଳଖ ଭାବେ ସହାୟତା ପାଇପାରିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଏସସି ଜିଲ୍ଲା ପରିଚାଳକ ଅରୁପ ମହାପାତ୍ର, ଚିରଞ୍ଜୀବ ନାୟକ, ଦେବପ୍ରସାଦ ମହାନ୍ତି ଓ ରାଜ୍ୟମୁଖ୍ୟ ପରିଚାଳକ ଅମରେଶ ନାୟକ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.