ବାଲେଶ୍ବର: ସିପିଆଇଏମ ପକ୍ଷରୁ ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାଲେଶ୍ବର ଫାଣ୍ଡିଛକରେ ଏହି ପ୍ରତିବାଦ କରାଯାଇଛି । କୋରୋନା ମହାମାରୀ ବେଳେ ସାଧାରଣ ଲୋକଙ୍କ ଉପରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଦଳ ଅଭିଯୋଗ କରିଛି।
କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲୋକଙ୍କ ସ୍ବାର୍ଥକୁ ପଛରେ ପକାଇ ଘରୋଇ କମ୍ପାନୀକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ତୁରନ୍ତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ପ୍ରତ୍ୟାହାର ପାଇଁ ଦାବି ହୋଇଛି। ଏହା ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ