ବାଲେଶ୍ବର: ଆଜି ହେଉଛି ବଡଦିନ ଅର୍ଥାତ ପ୍ରଭୁ ଯୁଶୁଙ୍କ ଜନ୍ମଦିନ । ଯୀଶୁଙ୍କ ଜନ୍ମଦିନ ପାଳନ ପାଇଁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଥିଲା । ଚର୍ଚ୍ଚରେ ଅଧିକ ଲୋକ ରୁଣ୍ଡ ନହେବା ଓ କୋଭିଡ କଟକଣା ମାନି ବଡ଼ଦିନ ପାଳନ ପାଇଁ ନିର୍ଦ୍ଦେଶ ଥିଲା । ତେବେ ସରକାରୀ ଗାଇଡଲାଇନ ଭିତରେ ବାଲେଶ୍ଵର ସହରରେ ଥିବା ଚର୍ଚ୍ଚରେ ଭକ୍ତମାନେ ପ୍ରାର୍ଥନା କରିଛନ୍ତି ।
ସହରର ପ୍ରମୁଖ ଚର୍ଚ୍ଚ କ୍ୟାଥଲିକ୍ ବାପିଷ୍ଟ ଚର୍ଚ୍ଚରେ ଭକ୍ତଙ୍କ ଭିଡ଼ ଲାଗିନାହିଁ । ଯେଉଁଠି ଗୋଟିଏ ଦିନ ପୂର୍ବରୁ ଅର୍ଥାତ 24 ତାରିଖ ରାତିରୁ 25 ତାରିଖ ରାତି ଯାଏ ଭକ୍ତଙ୍କ ଗହଳି ହୋଇଥାଏ । ସେଠାରେ କୋଭିଡ କଟକଣା ଯୋଗୁଁ ଚର୍ଚ୍ଚ ପରିସରରେ ଭକ୍ତଙ୍କ ସଂଖ୍ୟା କମ ରହିଛି । ଭକ୍ତମାନେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଘରେ ରହି କେକ୍ କାଟି ପାଳି ଥିବା ପ୍ରକାଶ କରିଛନ୍ତି ।
ପୂର୍ବ ବର୍ଷ ଗୁଡିକରେ ଯେଉଁ ପ୍ରକାର ଆନନ୍ଦ ଓ ମଉଜରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନ ପାଳନ କରାଯାଉଥିଲା ଏଥର କିନ୍ତୁ ତାହା ମଳିନ ପଡିଛି । ଚର୍ଚ୍ଚରେ ସାଜସାଜ୍ଜାରେ ମଧ୍ୟ ଉଣା ହୋଇଥିବା ଦେଖିବାକୁ ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ