ETV Bharat / state

ବାଲେଶ୍ବରରେ ଖସୁଛି ସଂକ୍ରମଣ ହାର, ହସ୍ପିଟାଲରେ 50 ପ୍ରତିଶତ ରୋଗୀ - balasore covid update

ବାଲେଶ୍ବର ଜିଲ୍ଲାରେ ଖସୁଛି ସଂକ୍ରମଣ ହାର । ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଅଧିକ ପଢନ୍ତୁ...

ବାଲେଶ୍ବରରେ ଖସୁଛି ସଂକ୍ରମଣ ହାର, ହସ୍ପିଟାଲରେ 50 ପ୍ରତିଶତ ରୋଗୀ

author img

By

Published : Jun 14, 2021, 7:48 PM IST

ବାଲେଶ୍ବର: ଜିଲ୍ଲାରେ କୋଭିଡ ସଂକ୍ରମଣ ହାର ଧୀରେ ଧୀରେ କମିବାରେ ଲାଗିଛି । କୋଭିଡ ସଂକ୍ରମିତଙ୍କ ପାଇଁ ଥିବା 2ଟି ସ୍ବତନ୍ତ୍ର ହସ୍ପିଟାଲରେ ରୋଗୀ ସଂଖ୍ୟା କମିବାରେ ଲାଗିଲାଣି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଜ୍ୟୋତି କୋଭିଡ ହସ୍ପିଟାଲରେ ପୂର୍ବାପେକ୍ଷା ଏବେ ପ୍ରାୟ 50 ପ୍ରତିଶତ ରୋଗୀ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

ବାଲେଶ୍ବରରେ ଖସୁଛି ସଂକ୍ରମଣ ହାର, ହସ୍ପିଟାଲରେ 50 ପ୍ରତିଶତ ରୋଗୀ

ସେହିପରି ଜିଲ୍ଲାରେ ଥିବା 3ଟି କୋଭିଡ କେୟାର ସେଣ୍ଟରରେ ମଧ୍ୟ ଏବେ ମାତ୍ର 80 ଜଣ ରୋଗୀ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (CDMO)ସୂଚନା ଦେଇଛନ୍ତି। ଏଥିପାଇଁ ସିପେଟରେ ଥିବା କୋଭିଡ କେୟାର ସେଣ୍ଟର ବନ୍ଦ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଦୈନିକ ଟେଷ୍ଟିଂ ସଂଖ୍ୟା 4 ହଜାରକୁ ବୃଦ୍ଧି କରାଯାଇଛି । ସଂକ୍ରମିତଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି । ଯେଉଁମାନେ ଅଧିକ ଅସୁସ୍ଥ ହେଉଛନ୍ତି, କେବଳ ସେମାନଙ୍କୁ ହିଁ ମେଡିକାଲ ସ୍ଥାନାନ୍ତର କରାଯାଉଛି । କୋଭିଡ କେୟାର ସେଣ୍ଟର ଓ କୋଭିଡ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା କମୁଥିବାରୁ ଜିଲ୍ଲାରେ ସଂକ୍ରମଣ ହାର ମଧ୍ୟ ପୂର୍ବାପେକ୍ଷା କମ ରହିଥିବା ସିଡିଏମଓ କହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.