ETV Bharat / state

କୋରୋନା ପ୍ରଭାବ: 80 ଲିଟର କ୍ଷୀର ତଳେ ଢାଳିଲେ ଦୁଗ୍ଧଚାଷୀ - ଦୁଗ୍ଧ ଚାଷୀ

୫ ଦିନ ଧରି କ୍ଷୀର ନେଉ ନନେବାରୁ ଏ ବିଷୟରେ ମହିଳା ମାନେ କମ୍ପାନୀର ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ 80 ଲିଟରରୁ ଅଧିକ କ୍ଷୀର ମହିଳା ଚାଷୀମାନେ ରାସ୍ତାରେ ଢାଳି ଦେଇଛନ୍ତି । ଅଧିକ ପଢନ୍ତୁ...

କୋରୋନା ପ୍ରଭାବ: ତଳେ ଢାଳିଦେଲେ 80 ଲିଟର କ୍ଷୀର

author img

By

Published : Mar 28, 2020, 7:20 PM IST

Updated : Mar 28, 2020, 10:11 PM IST

ବାଲେଶ୍ବର: ଦୁଗ୍ଧ ଚାଷୀଙ୍କ ଠାରୁ କମ୍ପାନୀ ଦୁଗ୍ଧ ନନେବାରୁ ଦୁଗ୍ଧଚାଷୀ ମାନେ 80 ଲିଟରରୁ ଉର୍ଦ୍ଧ କ୍ଷୀର ରାସ୍ତାରେ ଢାଳି ଦେଇଥିବା ଦେଖିବାକୁ ମିଳିଛି । କୋରୋନା ପାଇଁ ଏବେ ସାରାଦେଶ ଲକଡାଉନ ଯୋଗୁଁ ଅନେକ ଅସହାୟ ଭୋକ ଉପାସରେ ରହୁଥିବା ବେଳେ ବ୍ୟବସାୟୀ ଏମିତି କ୍ଷୀର ନଷ୍ଟ କରିବାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କୋରୋନା ପ୍ରଭାବ: ତଳେ 80 ଲିଟର କ୍ଷୀର ଢାଳିଲେ ବ୍ୟବସାୟୀ

ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ବାହାନଗା ବ୍ଲକ ରାଣିଆଗଞ୍ଜ ଗ୍ରାମରେ। ବାହାନଗା ବ୍ଲକ ରାଣିଆଗଞ୍ଜ ଗ୍ରାମରେ ଥିବା ଏହି ସମିତିରେ ତାଳକୁରୁଣିଆ ଓ ଖରାସାହାପୁର ପଞ୍ଚାୟତର ୩୫ରୁ ଉର୍ଦ୍ଧ ମହିଳା ଚାଷୀ ପ୍ରତିଦିନ ଗୋପାଳପୁର ବଜାରରେ ଥିବା ବାମୁଲ କମ୍ପାନୀକୁ କ୍ଷୀର ଦିଅନ୍ତି ।

ଦୀର୍ଘ ୫ ଦିନ ଧରି କ୍ଷୀର ନେଉ ନନେବାରୁ ଏ ବିଷୟରେ ମହିଳାମାନେ କମ୍ପାନୀର ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ 80 ଲିଟରରୁ ଅଧିକ କ୍ଷୀର ମହିଳା ଚାଷୀ ରାସ୍ତାରେ ଢାଳି ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Mar 28, 2020, 10:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.