ETV Bharat / state

କୋରୋନା ବଦଳାଇଦେଲା ବୀମା କର୍ମଚାରୀଙ୍କ କାହାଣୀ, ମିଳିଲା ପରିବା ଚାଷୀର ପରିଚୟ - ଏଲଆଇସି ଗୋଲଡ ମେଡାଲିଷ୍ଟଙ୍କ ପରିବାଚାଷ

ମହାମାରୀ କୋରୋନା ଲୋକଙ୍କ ଜୀବନ ଜୀବିକା ଉପରେ ବେଶ ପ୍ରଭାବିତ କରିଛି । କିଏ ନିଜ ଜୀବିକା ହରାଇଥିବାବେଳେ ତ ଆଉ କିଏ ନିଜ ପରିବାର ପ୍ରତିପୋଷଣ ପାଇଁ ଅନ୍ୟ ଜୀବିକାକୁ ଆପଣେଇଛି । ଏହି ଭଳି କୋରୋନା କାଳରେ ବାଲେଶ୍ବର ଜିଲ୍ଲାର ଜଣେ ଏଲଆଇସି ଏଜେଣ୍ଟ ସାଜିଛନ୍ତି ସଫଳ ପନିପରିବା ଚାଷୀ । ଅଧିକ ପଢନ୍ତୁ...

କୋରୋନା ବଦଳାଇଲା ଜୀବିକା; ଏଲଆଇସି ଗୋଲଡ ମେଡାଲିଷ୍ଟଙ୍କ ପରିବାଚାଷ

author img

By

Published : Sep 21, 2020, 5:19 PM IST

Updated : Sep 21, 2020, 6:05 PM IST

ବାଲେଶ୍ବର: କୋରୋନା ଲକଡାଉନ ବେଳେ ବଦଳିଛି ଅନେକ ଲୋକଙ୍କ ଜୀବନ ଜୀଇଁବା ଶୈଳୀ। ଏହାରି ଭିତରେ ମଧ୍ୟ ଅନେକଙ୍କ ଜୀବିକାରେ ପରିବର୍ତ୍ତନ ହୋଇଛି। ସାରାଦେଶ ଯେତେବେଳେ ଲକଡାଉନ ରହିଥିଲା ସେତେବେଳେ ପରିବାର ପ୍ରତିପୋଷଣ କରିବା ପାଇଁ ଅନେକ ଲୋକ ନିଜର ଜୀବିକା ପରିବର୍ତ୍ତନ କରିଥିଲେ। ସେମିତି ଅନେକ ଲୋକ ମଧ୍ୟ ଧୀରେଧୀରେ ଚାଷ ଆଡକୁ ମୁହାଁଉଥିବା ଦେଖିବାକୁ ମିଳିଛି। ସେମିତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଜୟିପୁର ଗ୍ରାମର ଜଣେ ଏଲଆଇସି ଏଜେଣ୍ଟ ଏବେ ଜଣେ ସଫଳ ଚାଷୀ ପାଲଟିଛନ୍ତି।

କୋରୋନା ବଦଳାଇଦେଲା ବୀମା କର୍ମଚାରୀଙ୍କ କାହାଣୀ, ମିଳିଲା ପରିବା ଚାଷୀର ପରିଚୟ

ଗ୍ରାମର ରଘୁନାଥ କର ଏଲଆଇସିର ଗୋଲଡ଼ ମେଡାଲିଷ୍ଟ। ଲକଡାଉନ ପାଇଁ ଘରୁ ବାହାରକୁ ଯିବା ବାରଣ ହୋଇଥିବା ବେଳେ ନିଜର ଏକ ଅଢେଇ ଏକର ଚାଷ ଜମିରେ ଆରମ୍ଭ କରିଥିଲେ ପରିବା ଚାଷ। ଏଲଆଇସି ପକ୍ଷରୁ ବିନା ସୁଧରେ 50 ହଜାର ଟଙ୍କା ମିଳିବା ପରେ ରଘୁନାଥ ପରିବା ଚାଷକୁ ଆହୁରି ଦ୍ବିଗୁଣିତ ଭାବେ ଆରମ୍ଭ କରିଥିଲେ। ବର୍ତ୍ତମାନ ତାଙ୍କର ପରିବା ବାଡ଼ିରେ ବାଇଗଣ ଠାରୁ ଆରମ୍ଭ କରି ଭେଣ୍ଡି ଓ ଲଙ୍କା ଯାଏ ବହୁତ ଭଲ ଫଳିଛି। ଏସବୁ ସେ ଗୋବର ଖତ, ପୋକ ନ ଲାଗିବା ପାଇଁ ଝୁଣା ବ୍ୟବହାର କରିଛନ୍ତି। ଜୈବିକ ଉପାୟରେ ଚାଷକାର୍ଯ୍ୟ କରି ଦୈନିକ 2ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି। ଏହାସହିତ ଏକ ପୋଖରୀରେ ସେ କରିଛନ୍ତି ଦେଶୀମାଛ ଚାଷ। କଉ, ମାଗୁର ଭଳି ମାଛ ମଧ୍ୟ ରଘୁନାଥଙ୍କ ପାଖରେ ଉପଲବ୍ଧ ହେଉଛି।

ରଘୁନାଥ ନିଜ ବାଡ଼ିର ପରିବା ପାଇକାରୀ ବେପାରିମାନଙ୍କୁ ଦେଉନାହାନ୍ତି ବରଂ ଗାଁ ଗହଳିର ଲୋକଙ୍କୁ ସିଧାସଳଖ ଭାବେ ସୁଲଭ ମୂଲ୍ୟରେ ବିକ୍ରି କରୁଛନ୍ତି। ସବୁଠୁ ବଡ଼ କଥା ହେଲା କରୋନା ଲକଡାଉନ ଯୋଗୁଁ ଯେଉଁ ପ୍ରବାସୀମାନେ ବାହାର ରାଜ୍ୟରୁ ଆସି ଘରେ ରହିଥିଲେ ସେମାନେ ରଘୁନାଥଙ୍କ ପରିବା ବାଡ଼ିରେ ଦୈନିକ ମଜୁରୀ ଭାବେ କାମ କରନ୍ତି। ପ୍ରବାସୀଙ୍କୁ ରୋଜଗାର କ୍ଷମ କରାଇବା ସହ ପୁରା ପରିବାର ଚାଷକର୍ଯ୍ୟରେ ଲାଗି ପଡିଛନ୍ତି। ଆଗକୁ ଶୀତ ଦିନ ଆସୁଥିବାରୁ ବିଭିନ୍ନ ପ୍ରକାରର କୋବି ଚାଷ ପାଇଁ ରଘୁନାଥ ଆରମ୍ଭ କଲେଣି କ୍ଷେତ ପ୍ରସ୍ତୁତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

Last Updated : Sep 21, 2020, 6:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.