ETV Bharat / state

Train Accident Live Update: ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି, ବାହାନଗାରେ ପ୍ରଧାନମନ୍ତ୍ରୀ - କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା

coromandel express accident live
coromandel express accident live
author img

By

Published : Jun 3, 2023, 6:15 AM IST

Updated : Jun 3, 2023, 3:48 PM IST

15:46 June 03

ବାହାନଗାରେ ପ୍ରଧାନମନ୍ତ୍ରୀ ମୋଦି

ବାଲେଶ୍ବର ବାହାନଗାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ।

14:33 June 03

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟସୂଚୀ ପୁଣି ପରିବର୍ତ୍ତନ । ଖବର ଅନୁଯାୟୀ ପଶ୍ଚିମବଙ୍ଗ କାଲାଇକୋଣ୍ଡାରୁ ଘଟଣାସ୍ଥଳକୁ ଆସିବେ ପ୍ରଧାନମନ୍ତ୍ରୀ । ସେଠାରୁ ପୁଣି କାଲାଇକୋଣ୍ଡା ଯାଇ ଦିଲ୍ଲୀ ଫେରିଯିବେ । ପ୍ରଧାନମନ୍ତ୍ରୀଙ୍କର କଟକ ଓ ଭୁବନେଶ୍ୱରରେ କୌଣସି କାର୍ଯ୍ୟକ୍ରମ ନାହିଁ ।

13:46 June 03

ଭୁବନେଶ୍ବର ଏୟାରପୋର୍ଟରେ ସମୀକ୍ଷା କରିପାରନ୍ତି ମୋଦି

ଅପରାହ୍ନ ୨ଟା ପରେ ବାଲେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ବାହାନଗାରେ ଘଟଣାସ୍ଥଳ ପରିଦର୍ଶନ କରି ଫେରିବା ପରେ ଏୟାରପୋର୍ଟରେ ସମୀକ୍ଷା କରିପାରନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ରେଳ ବିଭାଗର ଅଧିକାରୀ ଉପସ୍ଥିତ ରହିବେ ।

13:45 June 03

ଓଡିଶାରେ ପହଞ୍ଚିଲେ ତାମିଲନାଡୁର ଦୁଇ ଅଧିକାରୀ

ବାଲେଶ୍ବରରେ ଟ୍ରେନ ଦୁର୍ଘଟଣା ଘଟଣା । ଓଡିଶାରେ ପହଞ୍ଚିଲେ ତାମିଲନାଡୁର ଦୁଇ ଅଧିକାରୀ ।

13:07 June 03

ଶେଷ ହେଲା ସମୀକ୍ଷା ବୈଠକ, ଓଡିଶା ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ

ସମୀକ୍ଷା ବୈଠକ ପରେ ଓଡିଶା ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୨ଟା ପରେ ବାଲେଶ୍ବରରେ ପହଞ୍ଚିବେ ମୋଦି ।

12:57 June 03

ବାହାନଗା ରେଳ ଦୁର୍ଘଟଣା ଘଟଣା, ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି

ବାହାନଗାରେ ରେଳ ଦୁର୍ଘଟଣା ଘଟଣା । ମୃତ୍ୟୁ ସଂଖ୍ୟା ୨୬୧କୁ ବୃଦ୍ଧି ହୋଇଥିବା ସାଉଥ ଇଷ୍ଟନ ରେଲଓ୍ବେ ପକ୍ଷରୁ ସୂଚନା ।

12:44 June 03

ବାହାନଗାରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ବାଲେଶ୍ବର ବାହାନଗାରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଘଟଣାସ୍ଥଳ କରିବେ ପରିଦର୍ଶନ ।

12:25 June 03

ନବୀନଙ୍କ ସହ କଥା ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଟ୍ରେନ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ବଘେଲ । ଏହା ସହିତ ଆହତ ଲୋକଙ୍କୁ ଉଦ୍ଧାର ଓ ଚିକିତ୍ସା ଆଦି କ୍ଷେତ୍ରରେ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ଭୂପେଶ ବଘେଲ ପ୍ରସ୍ତାବ ଦେଇଛନ୍ତି ।

12:14 June 03

ରେଳ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ବାହନଗା ରେଳ ଦୁର୍ଘଟଣାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ । ଗୃହ ମନ୍ତ୍ରୀ ଅମିତ ଶାହ,ଏନଡିଆରଏଫ ଡିଜି ଏବଂ ବରିଷ୍ଠ ରେଳ ଅଧିକାରୀ ସମୀକ୍ଷା ବୈଠକରେ ସାମିଲ ହୋଇଛନ୍ତି ।

11:14 June 03

ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ବାଲେଶ୍ବରରେ ଟ୍ରେନ ଦୁର୍ଘଟଣା ଘଟଣା । ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ବରରେ ପହଞ୍ଚିବା ପରେ ଆହତଙ୍କୁ ଭେଟିବେ ମୋଦି ।

11:02 June 03

ବାଲେଶ୍ବର ଅଭିମୁଖେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ବାଲେଶ୍ବରରେ ରେଳ ଦୁର୍ଘଟଣା ଘଟଣା । ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ସମୟ ପରେ ପହଞ୍ଚିବେ ବାହାନଗାରେ ।

10:20 June 03

ଟ୍ରେନ ଦୁର୍ଘଟଣା ଘଟଣା, ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିଲେ ମୋଦି

ବାଲେଶ୍ବରରେ ରେଳ ଦୁର୍ଘଟଣା ଘଟଣା । ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

09:48 June 03

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ

ଦୁର୍ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତ ଯାତ୍ରୀଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ।

09:26 June 03

ରେଳ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୩୮କୁ ବୃଦ୍ଧି

ବାଲେଶ୍ବରରେ ରେଳ ଦୁର୍ଘଟଣା ଘଟଣା । ମୃତ୍ୟୁ ସଂଖ୍ୟା ୨୩୮ରେ ପହଞ୍ଚିଥିବା ନେଇ ସାଉଥ ଇଷ୍ଟନ ରେଲଓ୍ବେ ପକ୍ଷରୁ ସୂଚନା ଦିଆୟାଇଛି ।

08:36 June 03

ବାଲେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

08:25 June 03

ତାମିଲନାଡୁରେ ପାଳନ ହେବ ଦିନିକିଆ ଶୋକ

ବାଲେଶ୍ବରରେ ଟ୍ରେନ ଦୁର୍ଘଟଣା ଘଟଣା । ତାମିଲନାଡୁରେ ଦିନିକିଆ ଶୋକପାଳନ କରାଯିବ । ଏନେଇ ଘୋଷଣା କଲା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ।

08:07 June 03

ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ

ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ । ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ରେଳବାଇ, ଏନଡିଆରଏଫ, ଏସଡିଆରଏଫ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାର ତଦନ୍ତ କରିବାକୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିବା କହିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

07:59 June 03

ଆରମ୍ଭ ହେଲା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା

ରେଳ ଦୁର୍ଘଟଣାରେ ଆରମ୍ଭ ହେଲା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା । ଚିହ୍ନଟ ମୃତଦେହକୁ ସଂପର୍କୀୟଙ୍କୁ ହସ୍ତାନ୍ତର କରାଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

07:53 June 03

ଘଟଣା ସ୍ଥଳରେ ପହଞ୍ଚିଲେ ରେଳମନ୍ତ୍ରୀ

କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ଘଟଣା । ଘଟଣା ସ୍ଥଳରେ ପହଞ୍ଚିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

07:52 June 03

9 ବର୍ଷ ପୂର୍ତ୍ତି ପାଳନ କରିବନି ବିଜେପି

ଟ୍ରେନ ଦୁର୍ଘଟଣାକୁ ନେଇ 9 ବର୍ଷ ପୂର୍ତ୍ତି ପାଳନ କରିବନି ବିଜେପି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସୂଚନା ଦେଇଛନ୍ତି ।

07:30 June 03

ଟ୍ରେନ ଟ୍ରାଜେଡି, ଶୋକ ପ୍ରକାଶ କଲେ ନେପାଳ ପ୍ରଧାନମନ୍ତ୍ରୀ

ବାହାନାଗରେ ରେଳ ଦୁର୍ଘଟଣା । ଶୋକ ପ୍ରକାଶ କଲେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ।

07:30 June 03

ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଆହତଙ୍କ ଚିକିତ୍ସା

Coromandel express accident

ଭଦ୍ରକ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା। ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ଆହତଙ୍କ ଚିକିତ୍ସା । ଦୁର୍ଘଟଣା ଯୋଗୁଁ 72 ଜଣ ଚିକିତ୍ସିତ ହେଉଥିବା ବେଳେ 3 ଜଣ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଚିକିତ୍ସାଳୟରେ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ଏବଂ ବିଧାୟକ ସଞ୍ଜୀବ ମଲ୍ଲିକ ଉପସ୍ଥିତ ଅଛନ୍ତି । ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟ ବେସରକାରୀ ନର୍ସିଂ ହୋମରେ ମୋଟ 150ଟି ବେଡ ପ୍ରସ୍ତୁତ ଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଉଦ୍ଧାର କାର୍ଯ୍ୟ ପାଇଁ ଭଦ୍ରକରୁ 6 ଟି 108 ଆମ୍ବୁଲାନ୍ସ ସମେତ ଅନ୍ୟ କିଛି ବେସରକାରୀ ଆମ୍ବୁଲାନ୍ସ ଏବଂ 2 ଟି ଅଗ୍ନିଶମ ବାହିନୀକୁ ଘଟଣା ସ୍ଥଳକୁ ପଠାଯାଇଛି।

06:56 June 03

ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ବାହାନାଗ ରେଳ ଷ୍ଟେସନରେ ଟ୍ରେନ ଦୁର୍ଘଟଣା । ଆଜି ଘଟଣାସ୍ଥଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ।

06:55 June 03

କଟକ ବଡ଼ ମେଡ଼ିକାଲରେ 60 ଆହତଙ୍କ ଚିକିତ୍ସା ଜାରି

କଟକ ବଡ ମେଡିକାଲରେ 68 ଆହତଙ୍କ ଚିକିତ୍ସା ଜାରି । ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର । ଆହତଙ୍କ ମଧ୍ୟରୁ 40 ଜଣ ରାଜ୍ୟ ବାହାରର ହୋଇଥିବା ସୂଚନା।

06:47 June 03

ଟ୍ରେନ ଦୁର୍ଘଟଣା, 20ରୁ ଊର୍ଦ୍ଧ୍ବ ଟ୍ରେନ ବାତିଲ

ବାହାନାଗ ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ 20ରୁ ଉର୍ଦ୍ଧ୍ବ ଟ୍ରେନକୁ ବାତିଲ କରି ଦିଆଯାଇଛି । ଏହାସହ ଅନେକ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଛି ।

06:46 June 03

ଆହତଙ୍କ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲରେ 100 ବେଡ ପ୍ରସ୍ତୁତ

ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କଟକ ବଡ଼ ମେଡ଼ିକାଲ। ଚିକିତ୍ସା ପାଇଁ ୧୦୦ ବେଡ଼ ପ୍ରସ୍ତୁତ ରଖାଯାଇଛି। ସେହିପରି ସବୁ ବିଭାଗର ଡ଼ାକ୍ତର ଙ୍କୁ ମଧ୍ୟ ନିୟୋଜିତ ରଖାଯାଇଛି।ଗୁରୁତ୍ୱର ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଇସିୟୁ ର ବ୍ୟବସ୍ଥା କରାଯାଇଥିବା କଟକ ଜିଲ୍ଳାପାଳ ସୂଚନା ଦେଇଛନ୍ତି।

06:31 June 03

ଘଟଣାସ୍ଥଳରେ ପହଞ୍ଚିଲେ ମନ୍ତ୍ରୀ ମାନସ ଭୂୟାଁ

ଟ୍ରେନ ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଲେ ମନ୍ତ୍ରୀ ମାନସ ଭୂୟାଁ ଓ ରାଜ୍ୟସଭା ସାଂସଦ ଦୁଲା ସେନ ।

06:31 June 03

ଉଦ୍ଧାର କାର୍ଯ୍ୟରେ ପଶ୍ଚିମବଙ୍ଗର 41ଟି ଆମ୍ବୁଲାନ୍ସ ନିୟୋଜିତ

କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ, ଏନଡିଆରଏଫ, ବାୟୁସେନା ଓ ସ୍ଥଳ ସେନାର କର୍ମଚାରୀ ନିୟୋଜତି । ପଶ୍ଚିମବଙ୍ଗରୁ 41ଟି ଆମ୍ବୁଲାନ୍ସ ଓ 37 ଜଣ ଡାକ୍ତର ଘଟଣାସ୍ଥଳରେ ଉପସ୍ଥିତ।

06:19 June 03

ଆଜି ରାଜ୍ୟରେ ପାଳନ ହେବ ଦିନିକିଆ ଶୋକ

ଟ୍ରେନ ଦୁର୍ଘଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଆଜି ସାରା ରାଜ୍ୟରେ ପାଳନ ହେବ ଦିନିକିଆ ଶୋକ।

06:19 June 03

ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ବାହାନଗାରେ ଟ୍ରେନ ଦୁର୍ଘଟଣା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କାହିଁକି ଘଟିଲା ଏପରି ଦୁର୍ଘଟଣା, ଏଥି ପାଇଁ କିଏ ଦାୟୀ ସେନେଇ ତଦନ୍ତ ହେବ ।

06:02 June 03

କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା

ବାଲେଶ୍ବର: ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା ଘଟଣା । ମୃତ୍ୟୁ ସଂଖ୍ୟା 233 ପାର କରିଥିବା ବେଳେ ଆହତ ସଂଖ୍ୟା 900ରୁ ଉର୍ଦ୍ଧ୍ବ ରହିଛି ।

Last Updated : Jun 3, 2023, 3:48 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.