ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିଛି ସମବାୟ ନିର୍ବାଚନ ପ୍ରକ୍ରିୟା । ଏହି ନିର୍ବାଚନ ସକାଳ 7ରୁ ଆରମ୍ଭ ହୋଇଛି । ବିଭିନ୍ନ ସମବାୟ ଅଧୀନରେ ଥିବା ଚାଷୀ ଭୋଟରମାନେ ସେମାନଙ୍କ ନେତା ବାଛିବେ । ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ସମବାୟ ନିର୍ବାଚନ ହେବାକୁଥିବା ବେଳେ 19 ତାରିଖ ଓ 26 ତାରିଖରେ ନିର୍ବାଚନ ପ୍ରକ୍ରିୟା ଚାଲିବ । ସୂଚନା ଅନୁଯାୟୀ ଜିଲ୍ଲାରେ ସମୁଦାୟ 256ଟି ସମବାୟ ମଧ୍ୟରୁ ଆଜି ଅଧା ସ୍ଥାନରେ ନିର୍ବାଚନ କରାଯାଉଛି । ଆସନ୍ତା 26 ତାରିଖ ବାକି ସ୍ଥାନରେ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଏହାପରେ ନିର୍ବାଚିତ ପ୍ରତିନିଧିମାନେ ବ୍ୟାଙ୍କ ନିର୍ବାଚନରେ ପ୍ରତିନିଧି ବାଛିବେ ବୋଲି ଜଣାପଡିଛି ।
ଇଟିଭି ଭାରତ, ବାଲେଶ୍ବର