ETV Bharat / state

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସମସ୍ୟା ବୁଝିବ ଗ୍ରାହକ ସେବାକେନ୍ଦ୍ର

author img

By

Published : Apr 16, 2021, 9:43 AM IST

ବାଲେଶ୍ବରରେ ବିଦ୍ୟୁତ ଉପଭୋକ୍ତାଙ୍କ ସମସ୍ୟା ଗ୍ରାହକ ସେବାକେନ୍ଦ୍ର ବୁଝିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବିଦ୍ୟୁତ ଉପଭୋକ୍ତାଙ୍କ ସମସ୍ୟା ବୁଝିବ ଗ୍ରାହକ ସେବାକେନ୍ଦ୍ର

ବାଲେଶ୍ବର: ନେସ୍କୋ ପରେ ଟାଟା ପାୱାର ବିଦ୍ୟୁତ ପରିଚାଳନା ଦାୟିତ୍ବ ନେଇଛି । ଏନେଇ ବିଦ୍ୟୁତ ଉପଭୋକ୍ତାଙ୍କୁ ଉତ୍ତମ ଓ ଗୁଣବତ୍ତା ସେବା ଯୋଗାଇବା ପାଇଁ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ସହରର କାଳୀ ମନ୍ଦିର ନିକଟରେ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ ହୋଇଛି ।

ଏହି ସେବାକେନ୍ଦ୍ରରେ ଉପଭୋକ୍ତାମାନେ ନିଜର ଅଭିଯୋଗ ଦାୟର କରିବା ସମେତ ବିଲ ପୈଠ କରି ପାରିବେ । ଉପଭୋକ୍ତାଙ୍କୁ 24 ଘଣ୍ଟିଆ ସେବା ଯୋଗାଇବା ପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀ ନିଯୁକ୍ତ କରାଯାଇଛି । ଏହି ସେବାକେନ୍ଦ୍ରର ଉଦ୍ଘାଟନୀ ଉତ୍ସବରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଦର ବିଧାୟକ ସ୍ୱରୂପ ଦାସ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ।

ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ ସମସ୍ୟାକୁ ଗୁରୁତ୍ୱ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହ ବିଦ୍ୟୁତ ଜନିତ ବିଭିନ୍ନ ଦୁର୍ଘଟଣାକୁ କେମିତି ରୋକିହେବ ସେନେଇ ଏକ ସଚେତନତା ରଥ ବାହାରି ଲୋକଙ୍କୁ ସଚେତନ କରାଇବ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.