ବାଲେଶ୍ବର: ଜିଲ୍ଲାରେ ଏକ କଲ୍ୟାଣ ମଣ୍ଡପରେ ନିର୍ମାଣ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦର ନିର୍ବାଚନ ମଣ୍ଡଳୀର ଶତାଧିକ ନିର୍ମାଣ ଶ୍ରମିକ ଯୋଗଦେଇଥିଲେ । ଏହି ସମ୍ମିଳନୀରେ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କୁ ଜିତାଇବାକୁ ଆହ୍ୱାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ହିତକର ଯୋଜନା ସବୁ ସ୍ତରର ଲୋକଙ୍କ ପାଇଁ ପ୍ରଜୁଜ୍ୟ ହୋଇଛି ।
ନିର୍ମାଣ ଶ୍ରମିକମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବେଶ ଲାଭବାନ ହୋଇଛନ୍ତି । ଏଥିପାଇଁ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ବୋଲି କୁହାଯାଇଥିଲା । ଏହି ସମ୍ମିଳନୀରେ ବିଜେଡିର ବହୁ ନେତା ଓ ମନ୍ତ୍ରୀ ଯୋଗଦେଇଥିବା ବେଳେ ନିର୍ମାଣ ଶ୍ରମିକମାନେ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବିଜୟୀ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ