ETV Bharat / state

ସୋର ବିଧାୟକଙ୍କ ଦବଙ୍ଗଗିରି ବିରୋଧରେ କଂଗ୍ରେସର ଆନ୍ଦୋଳନ ଚେତାବନୀ

author img

By

Published : Feb 12, 2022, 7:48 AM IST

ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଦବଙ୍ଗଗିରିକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ବିଧାୟକ ଶ୍ରୀ ଧଡ଼ା ପ୍ରଚାରରେ ଯାଉଥିବା ବେଳେ ତାଙ୍କର ଏଭଳି ଉଦବେଗ ଜନକ ଦାଦାଗିରିକୁ ନେଇ କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଅଧିକ ପଢ଼ନ୍ତୁ

congress warning for protest on sor mla parshuram dhada misbehave to former mla
ସୋର ବିଧାୟକଙ୍କ ଦବଙ୍ଗଗିରି ବିରୋଧରେ କଂଗ୍ରେସର ଆନ୍ଦୋଳନ ଚେତାବନୀ

ବାଲେଶ୍ବର: ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଦବଙ୍ଗଗିରିକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି କଂଗ୍ରେସ । ବିଧାୟକ ଶ୍ରୀ ଧଡ଼ା ପ୍ରଚାରରେ ଯାଉଥିବା ବେଳେ ତାଙ୍କର ଏଭଳି ଉଦବେଗ ଜନକ ଦାଦାଗିରିକୁ ନେଇ କଂଗ୍ରେସ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ବାଲେଶ୍ବର ଜିଲ୍ଲା ସୋର ବିଧାୟକ ପର୍ଶୁରାମ ଧଡ଼ାଙ୍କ ଦାଦାଗିରି ଭିଡିଓ ଭାଇରାଲ ହେବାରେ ଲାଗିଛି ।

ପ୍ରଚାର ବେଳେ ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ ସରକାରୀ ଯୋଜନା କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଥିଲେ । ଏହାପରେ ବିଧାୟକ ଉତକ୍ଷିପ୍ତ ହୋଇ ପୂର୍ବତନ ବିଧାୟକଙ୍କୁ ଗାଳି ଗୁଲଜ କରିଥିଲେ । ଏଥିସହ ତାଙ୍କ କର୍ମୀମାନେ ତାଙ୍କୁ ଠେଲାପେଲା କରୁଥିବାର ଏକ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି।

ଏହାବି ପଢ଼ନ୍ତୁ: ପୂର୍ବତନ ବିଧାୟକଙ୍କ ଉପରେ ବର୍ତ୍ତମାନ ବିଧାୟକଙ୍କ ଦବଙ୍ଗଗିରି, ଭିଡିଓ ଭାଇରାଲ

ଏହି ଘଟଣାକୁ ନେଇ ବାଲେଶ୍ଵର ଜିଲ୍ଲା କଂଗ୍ରେସ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଜଣେ ବରିଷ୍ଠ ନାଗରିକଙ୍କ ପ୍ରତି ବିଧାୟକଙ୍କ ଏଭଳି ବ୍ୟବହାରକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି । 48 ଘଣ୍ଟା ଭିତରେ ବିଧାୟକ କ୍ଷମା ପ୍ରାର୍ଥନା ନ କଲେ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.