ETV Bharat / state

ବିରୋଧୀଙ୍କ ବିରୋଧରେ ବ୍ୟତିବ୍ୟସ୍ତ କେନ୍ଦ୍ରମନ୍ତ୍ରୀ: କଂଗ୍ରେସ - କଂଗ୍ରେସ

କେନ୍ଦ୍ରମନ୍ତ୍ରୀ ନିଖୋଜ ମାମଲାରେ ପୋଷ୍ଟର ମାରିଥିବା ଦୁଇ ଛାତ୍ର କଂଗ୍ରେସ ନେତା ଗିରଫ ପ୍ରତିବାଦରେ ସାମ୍ବାଦିକ ସମ୍ମିଳନୀ କରିଛି ବାଲେଶ୍ବର କଂଗ୍ରେସ । ଅଧିକ ପଢନ୍ତୁ..

congress-pressmet-in-baleswara
congress-pressmet-in-baleswara
author img

By

Published : Jun 10, 2020, 5:46 PM IST

ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର କାନ୍ଥ ବାଡ଼ରେ ଲାଗିବା ପରେ ସୋସିଆଲ ମିଡିଆରେ ପୋଷ୍ଟର ଭାଇରାଲ କରିବା ଘଟଣାରେ ଦୁଇଜଣ ଛାତ୍ର କଂଗ୍ରେସ ନେତା ଗିରଫ ହୋଇଥିଲେ। ଏହାକୁ ନେଇ ଆଜି ବାଲେଶ୍ଵର କଂଗ୍ରେସ ମୁହଁ ଖୋଲିଛି। ବିରୋଧୀଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ବ୍ୟତିବ୍ୟସ୍ତ ହୋଇ ଭୁଲ ପଦକ୍ଷେପ ନେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କହିଛି।

କେନ୍ଦ୍ରମନ୍ତ୍ରୀ ବିରୋଧୀଙ୍କ ବିରୋଧରେ ବ୍ୟତିବ୍ୟସ୍ତ: କଂଗ୍ରେସ
ବାଲେଶ୍ଵରବାସୀ ତାଙ୍କୁ ଭୋଟ ଦେଇ କେନ୍ଦ୍ରମନ୍ତ୍ରୀ କରିଛନ୍ତି, ବାଲେଶ୍ୱରବାସୀଙ୍କ ପାଇଁ ମନ୍ତ୍ରୀ କିଛି କରନ୍ତୁ ବୋଲି କଂଗ୍ରେସ କହିଛି। ଏମିତିକି କଂଗ୍ରେସ କରିଥିବା କିଛି କାର୍ଯ୍ୟକୁ ବର୍ତ୍ତମାନ ମନ୍ତ୍ରୀ ନିଜେ କରିଥିବା କଥା କହୁଛନ୍ତି। ଯାହାକୁ ନେଇ କଂଗ୍ରେସ ଆଙ୍ଗୁଳି ଉଠାଇଛି। ବିରୋଧୀଙ୍କ କଣ୍ଠରୋଧ ନକରି ବାଲେଶ୍ୱରର ଉନ୍ନତି କଥା ମନ୍ତ୍ରୀ ଚିନ୍ତା କରିବା ଆବଶ୍ୟକ ବୋଲି କଂଗ୍ରେସ କହିଛି। ବାଲେଶ୍ଵର ସଦର ବିଧାୟକ ବିଜେପିର ହୋଇଥିବା ବେଳେ ତାଙ୍କର ଉନ୍ନତିମୂଳକ କାର୍ଯ୍ୟ ପାଇଁ କଂଗ୍ରେସ ତାଙ୍କୁ ପ୍ରଶଂସା କରିଛି। ପୋଷ୍ଟର ମାରିବା ଘଟଣାରେ ପୋଲିସ ଉଚିତ ତଦନ୍ତ କରିବା ପାଇଁ ଦାଵି ହୋଇଛି ।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.