ETV Bharat / state

ରେଳ ଯାତ୍ରୀଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ ସରକାର: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ

author img

By

Published : Jun 4, 2023, 9:26 PM IST

ବାହାନଗା ରେଳ ଦୁର୍ଘଟଣାର ସ୍ଥିତି ସମକ୍ଷା ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସାମ୍ବାଦିକ ସମ୍ମିଳନୀ । ଦୁର୍ଘଟଣା ଘଟିବା ପରେ ଯେଭଳି ବ୍ୟବସ୍ଥା କରାଯାଉଛି, ଯଦି ଦୁର୍ଘଟଣା ପୂର୍ବରୁ ଏହି ପ୍ରକାର ବ୍ୟବସ୍ଥା ହୋଇଥାନ୍ତା, ତେବେ ଏହି ବଡ଼ ଦୁର୍ଘଟଣା ଘଟିନଥାନ୍ତା ବୋଲି କହିଛନ୍ତି ଅଧୀର ରଞ୍ଜନ । ଅଧିକ ପଢ଼ନ୍ତୁ

ରେଳ ଦୁର୍ଘଟଣା ନେଇ କଂଗ୍ରେସ ପ୍ରେସ୍‌ମିଟ୍‌
ରେଳ ଦୁର୍ଘଟଣା ନେଇ କଂଗ୍ରେସ ପ୍ରେସ୍‌ମିଟ୍‌
ରେଳ ଦୁର୍ଘଟଣା ନେଇ କଂଗ୍ରେସ ପ୍ରେସ୍‌ମିଟ୍‌

ବାଲେଶ୍ବର: ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଇଛି । ଅନେକ ଏବେ ମଧ୍ୟ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାସ୍ଥଳକୁ ବିଭିନ୍ନ ରାଜନୈତିକ ଦଳର ନେତା ଆସି ସ୍ଥିତିର ସମୀକ୍ଷା କରିଛନ୍ତି । ଏହାରି ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ । ତାଙ୍କ ସହିତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି । ଘଟଣାସ୍ଥଳ ପରିଦର୍ଶନ ପରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରେଳ ଯାତ୍ରୀଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ଦୁର୍ଘଟଣା ଘଟିବା ପରେ ଯେଭଳି ବ୍ୟବସ୍ଥା କରାଯାଉଛି, ଯଦି ଦୁର୍ଘଟଣା ପୂର୍ବରୁ ଏହି ପ୍ରକାର ବ୍ୟବସ୍ଥା ହୋଇଥାନ୍ତା, ତେବେ ଏହି ବଡ଼ ଦୁର୍ଘଟଣା ଘଟିନଥାନ୍ତା ବୋଲି କହିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।

ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସିଧାସଳଖ ଭାବେ କେନ୍ଦ୍ରର ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରକୁ ଅଙ୍ଗୁଳି ଉଠାଇଛି । ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଠିକ ଭାବରେ ଚିକିତ୍ସା ସୁବିଧା ଦିଆଯାଉ ନଥିବା ମଧ୍ୟ ଅଭିଯୋଗ କରିଛି କଂଗ୍ରେସ । ଏପରିକି ମୃତଦେହକୁ ସମ୍ମାନ ମଧ୍ୟ ଦିଆଯାଇନଥିଲା । ଉଦ୍ଧାର ପରେ ଯେମିତି ସେମିତି ମୃତଦେହ ସ୍ଥାନାନ୍ତର କରାଯାଇଥିବା ଭିଡିଓରେ ଦେଖିବାକୁ ମିଳୁଛି । ସେହିପରି କେନ୍ଦ୍ର ସରକାର ତଥା ରେଳ ବିଭାଗର ଦାୟିତ୍ବହୀନ ମନୋଭାବ ଯୋଗୁଁ ଏଭଳି ଏକ ବଡ଼ ଦୁର୍ଘଟଣା ଘଟିଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, "ରେଳ ବିଭାଗ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗକୁ ମଧ୍ୟ ପ୍ରାଇଭେଟାଇଜେସନ କରିଛି ଏହି ବିଜେପି ସରକାର । ରେଳ ବିଭାଗରେ ଏବେ ମଧ୍ୟ ୧ ଲକ୍ଷ ୪୨ ହଜାର ପୋଷ୍ଟ ଖାଲି ରହିଛି । ଯାହାଦ୍ଵାରା ରେଳ ବିଭାଗର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।"

ସେହିଭଳି ରେଳ ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ରହୁନଥିବା କଂଗ୍ରେସ ଅଭିଯୋଗ କରିଛି । ଲୋକଙ୍କ ଜୀବନ ସହ ଖେଳିବାକୁ ସରକାରଙ୍କୁ କିଏ ଅଧିକାର ଦେଇଛି ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ ଅଧୀର ରଞ୍ଜନ ଚୌଧୁରୀଙ୍କ ସହିତ ଓଡ଼ିଶା କଂଗ୍ରେସ ପ୍ରଭାରୀ ଡଃ ଚେଲ୍ଲା କୁମାର, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.