ETV Bharat / state

ବାଲେଶ୍ଵର କଂଗ୍ରେସ ଆରମ୍ଭ କଲା ନିଶୁଳ୍କ ଆମ୍ବୁଲାନ୍ସ ସେବା

ବାଲେଶ୍ଵର ଜିଲ୍ଲା କଂଗ୍ରେସ ଦ୍ବାରା 5ଟି ନୂତନ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଛି । ବିନା ଶୁଳ୍କରେ ସେବା ଯୋଗାଇବ ଆମ୍ବୁଲାନ୍ସ । ଅଧିକ ପଢନ୍ତୁ...

କଂଗ୍ରେସ ଆରମ୍ଭ କଲା ନିଶୁଳ୍କ ଆମ୍ବୁଲାନ୍ସ ସେବା

author img

By

Published : May 5, 2021, 3:45 PM IST

ବାଲେଶ୍ଵର: ଜିଲ୍ଲା କଂଗ୍ରେସ ଦ୍ବାରା 5ଟି ନୂତନ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ଏହି ଆମ୍ବୁଲାନ୍ସ ଜିଲ୍ଲାର ପ୍ରତି ସ୍ଥାନରୁ ରୋଗୀ ନେବା ଆଣିବା ମାଧ୍ୟମରେ ସେବା ଯୋଗାଇବ । ଏହି ସେବାକୁ ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏଥିପାଇଁ ଜିଲ୍ଲାବାସୀଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

କଂଗ୍ରେସ ଆରମ୍ଭ କଲା ନିଶୁଳ୍କ ଆମ୍ବୁଲାନ୍ସ ସେବାକଂଗ୍ରେସ ଆରମ୍ଭ କଲା ନିଶୁଳ୍କ ଆମ୍ବୁଲାନ୍ସ ସେବା

କରୋନା ଦ୍ଵିତୀୟ ଲହର ଏବେ ସମସ୍ତଙ୍କ ଚିନ୍ତାର ବିଷୟ ପାଲଟିଛି। ଏହି ସମୟରେ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମିତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଓ ଶୀଘ୍ର ମେଡିକାଲକୁ ଆଣିବାରେ ଏହି ଆମ୍ବୁଲାନ୍ସ ଗୁଡିକ ସହାୟକ ହେବ । ନିଶୁଳ୍କ ସେବାର ଆରମ୍ଭ କରିବା ପାଇଁ ଗତ ସାଧାରଣ ନିର୍ବାଚନ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ସଂଜୀବ ଗିରି ଏହାକୁ ଶୁଭାରମ୍ଭ କରିଛନ୍ତି । ଏହି ସେବା ପାଇବା ପାଇଁ ସାଧାରଣ ଲୋକେ 9777840865 ନମ୍ବରରେ କଲ କରି ପାରିବେ। ସେହିପରି ବ୍ଲକ ସ୍ତରରେ ମଧ୍ୟ ଏହି ସେବାପାଇଁ ଦଳ ପକ୍ଷରୁ ନମ୍ବର ଜାରି କରାଯାଇଛି ।

ବାଲେଶ୍ବରର ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.