ETV Bharat / state

ଟ୍ରାକ୍ଟରରେ ବୁହା ହୋଇଥିବା ମୃତଦେହର ହିସାବ କିଏ ଦେବ ପଚାରିଲେ ଶ୍ରୀକାନ୍ତ, କଂଗ୍ରେସ କହିଲା ତଥ୍ୟ ଲୁଚାଉଛନ୍ତି ସରକାର

author img

By

Published : Jun 5, 2023, 10:14 PM IST

ବାହାନଗା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣ ମତ୍ୟୁବରଣ କରିଥିବା ତଥ୍ୟ ଦେଇଛନ୍ତି ସରକାର । ହେଲେ ଟ୍ରାକ୍ଟରରେ ବୁହା ହୋଇଥିବା ମୃତଦେହର ହିସାବ କିଏ ଦେବ ପଚାରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେପଟେ ଆହତ ଯାତ୍ରୀ, ମୃତକଙ୍କ ସଂଖ୍ୟା ଏବଂ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟାରେ ତାଳମେଳ ନଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ମୃତାହତଙ୍କ ତଥ୍ୟ ଲୁଚାଉଛନ୍ତି ସରକାର !
ମୃତାହତଙ୍କ ତଥ୍ୟ ଲୁଚାଉଛନ୍ତି ସରକାର !
ମୃତାହତଙ୍କ ତଥ୍ୟ ଲୁଚାଉଛନ୍ତି ସରକାର !

ଭୁବନେଶ୍ବର/ବାଲେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି । କୁଢ଼ କୁଢ଼ ମୃତଦେହ ଉଦ୍ଧାର ହେବା ପରେ ସ୍ଥିତି କେତେ ସଙ୍ଗୀନ, ତାହା ସହଜରେ ଅନୁମେୟ । ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ସ୍ଥାନୀୟ ବାସିନ୍ଦାଙ୍କ ମିଳିତ ପ୍ରଚେଷ୍ଟାରେ ୧୨୦୦ ଜୀବନ ବଞ୍ଚିଗଲା । ରେଳ ବିଭାଗ ପକ୍ଷରୁ ପ୍ରାୟ ୧୨୦୦ କର୍ମଚାରୀ ନିୟୋଜିତ ହୋଇଥିଲେ, ଫଳରେ ଉଦ୍ଧାର କାର୍ଯ୍ୟ ପରେ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସରିଲା । ଆଉ ଗତକାଲି, ଅର୍ଥାତ ୫୧ ଘଣ୍ଟା ପରେ ରେଳ ଚଳାଚଳ ଏକପ୍ରକାର ସ୍ବାଭାବିକ ହେଲା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରେଳ ଦୁର୍ଘଟଣାର ପ୍ରକୃତ କାରଣ ପାଇଁ ସିବିଆଇ ତଦନ୍ତ ସୁପାରିଶ କରିଛନ୍ତି । ଏପଟେ ମୃତ ଯାତ୍ରୀଙ୍କ ତଥ୍ୟ ସରକାର ଲୁଚାଉଛନ୍ତି ବୋଲି ଅଭିଯୋଗ କରିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ସମାନ ଅଭିଯୋଗ ଆଣିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ।

ଶ୍ରୀକାନ୍ତ କହିଛନ୍ତି, "ଦୁର୍ଘଟଣା ପରେ ଉଦ୍ଧାର କରାଯାଇଥିବା ମୃତଦେହ କୌଣସି ଗୋଟିଏ ଗାଡ଼ିରେ ଯାଇନଥିଲା । ଅନେକ ମୃତଦେହ ଟ୍ରାକ୍ଟର, ଟ୍ରକ, ଘରୋଇ ଗାଡି ଓ ଆମ୍ବୁଲାନ୍ସରେ ନିଆଯାଇଥିଲା । ଘରୋଇ ଗାଡି ଓ ଟ୍ରାକ୍ଟରରେ ବୁହା ହୋଇଥିବା ମୃତଦେହର ହିସାବ କିଏ ରଖିଛି । ସେମାନଙ୍କ ଗାଡ଼ିରେ କେତେ ମୃତଦେହ ଯାଇଛି, କିଏ ସେ ମୃତଦେହ ନେଇଛି ସେସବୁ ଉପରେ ନଜର ରଖାଯାଇଛି କି ? ବାସ୍ତବରେ କେତେ ଲୋକଙ୍କ ଜୀବନ ଯାଇଛି, କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଛି, ସେନେଇ ରେଳ ବିଭାଗ ଜବାବ ରଖିବା ଉଚିତ । ଯଦି ମୃତ୍ୟୁ ସଂଖ୍ୟା ଅଧିକ ବୋଲି ସନ୍ଦେହ ହୋଇଛି, ତେବେ ଏହାକୁ ରାଜ୍ୟ ଓ କେନ୍ଦ୍ର ସରକାର ସ୍ପଷ୍ଟ କରିବା ଉଚିତ । ଏଯାଏଁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୁର୍ଘଟଣା ପାଇଁ ନିଜର ଦାୟିତ୍ବ କଥା କହୁ ନାହାନ୍ତି ।" ଏହାସହ ଆଣ୍ଟି କୋଲିଜନ ଡିଭାଇସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ । କବଚ ନଲଗାଇ ଖାଲି ନିଜସ୍ବ ପ୍ରଚାର କରି କିଛି ଲାଭ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ଦେବାରେ କାହିଁକି ଓ କେଉଁଠି ଅସୁବିଧା ଅଛି ବୋଲି ପ୍ରଶ୍ନ କରିବା ସହ ରେଳ ବିଭାଗରେ ଯେଉଁ ଦେଢ଼ ଲକ୍ଷ ପଦ ଫାଙ୍କା ପଡିଛି, ଯୋଗ୍ୟତା ଭିତ୍ତିରେ ମୃତକଙ୍କ ସମ୍ପର୍କୀୟଙ୍କୁ ଚାକିରୀ ପ୍ରଦାନ କରାଯାଉ ବୋଲି ଶ୍ରୀକାନ୍ତ ଦାବି କରିଛନ୍ତି ।

ଶ୍ରୀକାନ୍ତ ଆହୁରି କହିଛନ୍ତି, "ଦୁର୍ଘଟଣା ଘଟିଥିବା ବାହାନଗା ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଏକ ଟ୍ରମା ସେଣ୍ଟରରେ ପରିଣତ କରାଯାଉ । ଏଥିପାଇଁ ରେଳ ବିଭାଗ CSR ଫଣ୍ଡରୁ ଟଙ୍କା ଖର୍ଚ୍ଚ କରୁ । ବାଲେଶ୍ଵରରେ ଥିବା ଏମ୍ସ ଓପିଡିରେ ମେଗା ଟ୍ରମା ସେଣ୍ଟର କାର୍ଯ୍ୟକ୍ଷମ କରାଯାଉ । ବାଲେଶ୍ଵରରେ ଏକ ରେଳ ଡିଭିଜନ ସ୍ଥାପନା କରାଯାଉ । ଏହାକୁ ସାଉଥ୍‌ ଜୋନରୁ କାଟି ପୂର୍ବ ଜୋନରେ ଯୋଡାଯାଉ । ଆଜି ଯାଏଁ ଯେତେ ରେଳ ଦୁର୍ଘଟଣା ହୋଇଛି, କେଉଁଠି ସିବିଆଇ ତଦନ୍ତ କରିନାହିଁ । ଏଠି କଣ ବମ ବିସ୍ଫୋରଣ ହୋଇଛି ନା କ୍ରାଇମ ହୋଇଛି ଯେ ସିବିଆଇ ତଦନ୍ତ କରିବ । ଏହା କେବଳ ପ୍ରକୃତ ତଦନ୍ତ ରିପୋର୍ଟକୁ ଏଡ଼ାଇ ଦେବା ପାଇଁ ସିବିଆଇକୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ଓଡିଶାରୁ ପ୍ରତିବର୍ଷ ୪୦ ହଜାର କୋଟି ଟଙ୍କା ଯାଉଛି । ମାତ୍ର ଏଠାରେ କୌଣସି ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ । କବଚ ମଧ୍ୟ ଓଡ଼ିଶାରେ ଲଗାଯାଇନାହିଁ । ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉନାହିଁ ।" ଆଜିର ଏ ଡିଜିଟାଲ ଯୁଗରେ ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ହୋଇଥିବା ବେଳେ ଏମିତି ଦୁର୍ଘଟଣାର କାରଣ କଣ ବୋଲି ପ୍ରଶ୍ନ କରିବା ସହ ନୂତନ ଜ୍ଞାନ କୌଶଳ ବ୍ୟବହାର ନକରି ପ୍ରଚାର ପ୍ରସାରରେ ମାତିବା ଆଦୌ ଗ୍ରହଣ ନୁହେଁ ବୋଲି କହିଛନ୍ତି ଶ୍ରୀକାନ୍ତ ଜେନା ।

ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଅଧିକ ସନ୍ଦେହ ଘେରକୁ ଆଣିଦେଇଛି । ପିସିସି ସଭାପତି କହିଛନ୍ତି, "ରାଜ୍ୟ ସରକାର ମୃତାହତଙ୍କ ସଂଖ୍ୟା ଲୁଚାଉଛନ୍ତି । କାରଣ ଆହତ ଯାତ୍ରୀ, ମୃତକଙ୍କ ସଂଖ୍ୟା ଏବଂ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟାରେ ତାଳମେଳ ନାହିଁ ।" ଦୁର୍ଘଟଣା ଦିନ ବାହାନଗା ସରକାରୀ ବିଦ୍ୟାଳୟରେ ମୃତଦେହ ଗୁଡିକ ରଖାଯାଇଥିଲା । ଗତକାଲି ବାଲେଶ୍ବର ଶିଳ୍ପାଞ୍ଚଳରେ ଥିବା NOCCI ବିଜ୍‌ନେସ ସେଣ୍ଟରରେ ମୃତଦେହକୁ ଖୋଜି ଖୋଜି ଅନେକ ପଶ୍ଚିମବଙ୍ଗ ଯାତ୍ରୀଙ୍କ ସମ୍ପର୍କୀୟ ଦୁଃଖରେ ଭାଙ୍ଗି ପଡିଛନ୍ତି । ଖାଲି ପଶ୍ଚିମବଙ୍ଗ ନୁହେଁ, ସୁଦୂର ଆନ୍ଧ୍ରପ୍ରଦେଶ, ଚେନ୍ନାଇ, କର୍ଣ୍ଣାଟକର ମନ୍ତ୍ରୀ ମାନେ ଓଡିଶା ଆସି ବାହାନଗା ଦୁର୍ଘଟଣାସ୍ଥଳ ବୁଲି ନିଜ ନିଜ ରାଜ୍ୟର ଯାତ୍ରୀ ମାନଙ୍କ ବିଷୟରେ ଖୋଜ ଖବର ନେଇଥିଲେ । ଏପରିକି ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଆହତ ଯାତ୍ରୀ ମାନଙ୍କୁ ଦେଖି ଚିକିତ୍ସା ବିଷୟରେ ପଚାରି ବୁଝିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର/ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.