ବାଲେଶ୍ଵର: ଜିଲ୍ଲାର ବାଲିଆପାଳ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ଣତା ବଢିଛି । ସରପଞ୍ଚ ପ୍ରାର୍ଥୀ ବଛା ନେଇ ଗୋଟିଏ ଦଳର ଦୁଇଟି ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ବାଲିଆପାଳ ଅଞ୍ଚଳରେ ସରପଞ୍ଚ ପ୍ରାର୍ଥୀ ବାଛିବା ନେଇ ଏକ ଘରୋଇ ହୋଟେଲରେ ବିଜେଡିର ବୈଠକ ଚାଲିଥିଲା । ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପାଇଁ ସମର୍ଥକ ଓ ଅଶାୟୀଙ୍କ ଭିଡ଼ ଜମିଥିଲା । ସରପଞ୍ଚ ପ୍ରାର୍ଥୀ ସ୍ଥିର କରିବା ନେଇ ପ୍ରଥମେ ସମର୍ଥକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ପରେ ଗଣ୍ଡଗୋଳର ରୂପ ନେଇଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ